ସମାଜସେବୀ ସୂର୍ଯ୍ୟ ଭାଇଙ୍କ ପାଇଁ ସ୍ମୃତି ସଭା

2

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ୍ ଛକ ଘରେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ଚୈ।ଧୁରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଦ୍ବାଦଶ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବ୍ରହ୍ମ କୁମାରୀ ଉପସେବାକେନ୍ଦ୍ର ଓଡ଼ଗାଁର ମୁଖ୍ୟ ସଞ୍ଚାଳିକା ବାସନ୍ତୀ ଭଉଣୀଙ୍କ ପରିଚାଳନାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁତ୍ର ଶୁଭକାନ୍ତ ଚୈ।ଧୁରୀଙ୍କ ସହିତ ସମସ୍ତ ପରିବାର ବର୍ଗ ଏବଂ ବହୁ ସଂଖ୍ୟାରେ ବ୍ରହ୍ମକୁମାରୀ ଓ କୁମାର ଭଉଣୀ ଓ ଭାଇମାନେ ଯୋଗଦେଇ ସୂର୍ଯ୍ୟ ଭାଇଙ୍କ ଆତ୍ମାର ସଦଗତି କାମନା କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ସଞ୍ଚାଳିକା ମିନି ଭଉଣୀ, କାର୍ଯ୍ୟକ୍ରମରେ ଯୋଗଦେଇ ସୂର୍ଯ୍ୟ ଭାଇଙ୍କ ପଦାଙ୍ଗ ଅନୁସରଣ ପାଇଁ ସମସ୍ତ କୁମାର କୁମାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମାଜସେବୀ ଦିବାକର ନାୟକ,ନିତ୍ୟାନନ୍ଦ ପ୍ରଧାନ,ସାମ୍ବାଦିକ ଅଶୋକ ମହାପାତ୍ର,ସାରସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହିତ ପରିବାରକୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.