ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ଅଧ୍ୟକ୍ଷାଙ୍କ ମନମାନି I ଅନୁଷ୍ଠାନର କୌଣସି କର୍ମଚାରୀଙ୍କ ସହ ରହୁନାହିଁ ସମନ୍ଵୟ I ଆଗକୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ଥିବା ବେଳେ ଅନୁଷ୍ଠାନ ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କ ଥରୁ ଜୋରଜବରଦସ୍ତ ପରୀକ୍ଷା ଫି ନାମରେ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି I ସ୍ଥାନୀୟ ଅଭିଭାବକଙ୍କ ଅଭିଯୋଗ ପ୍ରକାରେ ଅନୁଷ୍ଠାନରେ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ସମସ୍ତ ପ୍ରକାର ଫି ଜମା କରାଯାଇଥିବା ନେଇ ରସିଦ୍ ପ୍ରଦାନ କରିଥାନ୍ତି I ପ୍ରଥମ ବର୍ଷ ପରୀକ୍ଷା ସମୟରେ ଅନ୍ୟ କୌଣସି କଲେଜ୍ ରେ ଛାତ୍ରଛାତ୍ରୀଙ୍କ ଠାରୁ ପରୀକ୍ଷା ଫି ଗ୍ରହଣ କରାଯାଉ ନଥିବା ବେଳେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିନ୍ତୁ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ପରୀକ୍ଷା ଫର୍ମ୍ ପୂରଣ ପାଇଁ 550 ଟଙ୍କା ଲେଖାଏଁ ଚାନ୍ଦା ଧାର୍ଯ୍ୟ କରିଛନ୍ତି I ତେବେ ଏନେଇ ଅନୁଷ୍ଠାନର କୌଣସି କର୍ମଚାରୀ ଅବଗତ ନଥିବା ବେଳେ କୌଣସି ନିର୍ଦ୍ଧାରଣ ମଧ୍ୟ କରାଯାଇନାହିଁ I ଅଧ୍ୟକ୍ଷାଙ୍କର ଏହି ମନମାନି କାର୍ଯ୍ୟକୁ ଅନୁଷ୍ଠାନର କର୍ମଚାରୀ ମାନେ ବିରୋଧ କରିବା ପରେ ମଧ୍ୟ ଅଧ୍ୟକ୍ଷା ନିଜ ଜିଦ୍ ରେ ଅଟଳ I ଆଜି ଏନେଇ ସ୍ଥାନୀୟ ଅଭିଭାବକ ଏବଂ ଗଣମାଧ୍ୟମ ଅଧ୍ୟକ୍ଷାଙ୍କୁ ଘେରିଯିବା ପରେ ସେମାନଙ୍କ ପ୍ରଶ୍ନ ବାଣରେ ଅଧ୍ୟକ୍ଷା ମହୋଦୟା ଘାଇଲା ହୋଇଯାଇଥିଲେ I ପିଲାଙ୍କ ଠାରୁ ସଂଗ୍ରହ କରାଯାଉଥିବା ଚାନ୍ଦାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦରମା ଦିଆଯିବା ସହିତ କଲେଜ୍ ର ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେଉଥିବା ନେଇ ଅବାନ୍ତର ଯୁକ୍ତି କରିଥିଲେ I କିନ୍ତୁ ପ୍ରକାଶ ଥାଉକି 2022 ପର ଠାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମାରେ ମାତ୍ର 300 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଅନୁଷ୍ଠାନର ଉନ୍ନୟନ ନାମରେ କଲେଜ୍ ରେ ମାଟି ମୁଠାଏ ମଧ୍ୟ ପଡ଼ିନଥିବା ଅଭିଯୋଗ ହୋଇଛି I ଅଧ୍ୟକ୍ଷା ମହୋଦୟା ଲଗାତାର ଭାବେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁ୍ଥିବା ବେଳେ ବିଗତ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନଜିର୍ ରହିଛି I ଏନେଇ ସ୍ଥାନୀୟ ଅଭିଭାବକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଦାବି କରିଛନ୍ତି I
Sign in
Sign in
Recover your password.
A password will be e-mailed to you.