ଖପ୍ରାଖୋଲ ତା ୧୨/୩ (ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅଧୀନ ସାନଗୁର୍ଜିଭଟା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା l ପ୍ରଧାନ ଶିକ୍ଷକ ସର୍ବେଶ୍ଵର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଖବରଦାତା ଭୁବନେଶ୍ୱର ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୂଳ କିମ୍ବା ପତ୍ର ନଥିବା ଗଛ ଯେମିତି ମୂଲ୍ୟହୀନ ଠିକ ସେହିପରି ଶିକ୍ଷା ବିନା ମଣିଷର ଜୀବନ ମୂଲ୍ୟହୀନ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଲାଠୋର କେନ୍ଦ୍ର ସଂଯୋଜକ ଚକ୍ରଧର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପିଲାମାନେ ନିୟମିତ ସ୍କୁଲ ଆସି ଭଲ ପାଠ ପଢି ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ l ଅନ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ମାଧୁରୀ କୁଅଁର, ଗ୍ରାମର ବରିଷ୍ଠ ନାଗରିକ ଟିକୁନୁ ନାଗ, ରଘୁମନ କୁମୁରା,ଦୀପକ ସରାଫ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଛାତ୍ର ମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ l ସେଥି ମଧ୍ୟରୁ ପଖାନ ଉପରେ ଝରଣା ପାନି ସମ୍ବଲପୁରୀ ଗୀତରେ ଛାତ୍ରୀ ଛାତ୍ର ଲିଲି ସୁନା,ଭୂମିଶୁତା ନାଗ,ସିଦ୍ଧାନ୍ତ ବାଗ,ଶେଷଦେବ ସୁନା ଓ ଟୁନା କୁମ୍ଭାର ଦଳ ଗତ ନୃତ୍ୟ କରି ଦର୍ଶକଙ୍କ ମନ ମୋହି ନେଇଥିଲେ l ଏହି ଅବସରରେ ଶିକ୍ଷକ ଭଗତ ଧରୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଭଗବାନ ସେଠ l ଶିକ୍ଷକ ଧର୍ମପଦ ସାହୁ ଅଙ୍ଗୱାଡ଼ି କର୍ମୀ ସନ୍ଧ୍ୟାରାଣୀ ଗିରି, ପ୍ରେମଶିଲା ଛତ୍ରିଆ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.