କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ୍ ବିଭ୍ରାଟ ରୋଗୀ ହନ୍ତସନ୍ତ।

3

ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ।

କେନ୍ଦୁଝର,ତା୮/୩- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ଦିନ ସାଢେ଼ ୧୧ଟା ବେଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବାରୁ ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଟିକେଟ କାଉଣ୍ଟର ସାମ୍ନାରେ ଧାଡ଼ି କରି ଠିଆ ହୋଇ ହନ୍ତସନ୍ତ ହେଲେ। ଏପଟେ କରେଣ୍ଟ ଦେବେ ବୋଲି ଜେନ୍ ସେଟ୍ କରେଣ୍ଟ ଦେଇ ପାରିଲାନି। ତେଣୁ ସବୁ କମ୍ପ୍ୟୁଟର ବନ୍ଦ ହେଇଗଲା ବାଧ୍ୟ ହୋଇ ଅଧଘଣ୍ଟା ପରେ ହାତରେ ଲେଖି ଟିକେଟ ଦିଆଗଲା।ଏପଟେ ରୋଗ ଦେଖିବାକୁ ଆସି ଅନେକ ରୋଗୀ ବିରକ୍ତ ଫେରିଗଲେ । ଏହି ସମୟରେ ରୋଗୀ ସମର୍କୀୟ ମାନେ ବିରକ୍ତ ହୋଇ ସିଡିଏମଓଙ୍କୁ ଖୋଜି ପାଇନଥିଲେ। ଜେନ୍ ସେଟ୍ ଥାଇ ଏପରି ବିଭ୍ରାଟ ବରଦାସ୍ତ ଯୋଗ୍ୟ ନୁହେଁ । ଏହି ମେଡିକାଲ ଉପରେ ଜିଲ୍ଲା ତମାମ ଲୋକଙ୍କ ସହ ପଡୋଶୀ ଜିଲ୍ଲା ଓ ସୀମାନ୍ତ ଝାଡ଼ଖଣ୍ଡ ଲୋକେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ବିଜୁଳି ବିଭ୍ରାଟ ଲାଗି ଆଉଟ୍ ଡୋର ରୋଗୀ ଡେରିରେ ପଞ୍ଜୀକୃତ ହେଲା ବେଳେ ଆଡ଼ମିଶନ ହେବାକୁ ଥିବା ରୋଗୀ ଛଟପଟ ହେଉଥିଲେ। ବାରଣ୍ଡା ପିଣ୍ଡା ସବୁ ଆଡ଼େ ଅନ୍ଧାର ରୋଗୀ ଛୋଟେଇ ଛୋଟେଇ ଯାଉଥିଲେ ସେବା ଦେବାକୁ କେହି ନଥିଲେ ଦେଖା ଯାଇଥିଲା। ଓପିଡି କରିଡ଼ର, ଏକ୍ସ୍ ରେ, ସିଟି ସ୍କାନ, ଡାଏଲିସିସ୍ ସେଣ୍ଟର୍ ଦ୍ୱାରେ ରୋଗୀ ପଡ଼ି ରହିଥିଲେ।ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଥିବା କେନ୍ଦୁଝର ନାଗରିକ ମଞ୍ଚ ସଦସ୍ୟ ଦିଲୀପ କୁମାର ସାହୁ ଓ ତାଙ୍କ ତାଙ୍କ ପତ୍ନୀ ପ୍ରାଚୀବାଳା ସାହୁ ତୀବ୍ର ପ୍ରତିବାଦ କରିଥିଲେ। ବରିଷ୍ଠ ଓକିଲ ରକ୍ଷାକର ପତି ଏହି ଅବ୍ୟବସ୍ଥାକୁ ନିନ୍ଦା କରିବା ସହ ରୋଗୀଙ୍କୁ ପଞ୍ଜୀକୃତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ସିଦ୍ଧେଶ୍ୱର ସାହୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ କହିଛନ୍ତି।

Leave A Reply

Your email address will not be published.