ଶହୀଦ ଦିବସ ଅବସରରେ ହେବାକୁ ଥିବା “ରକ୍ତଦାନ ଶିବିର” ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାର୍ଚ୍ଚ ମାସ ୨୩ ତାରିଖରେ ଶହୀଦ ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିର ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ “ନିଫା” , ଗଜପତିର ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ନିହାର ପଣ୍ଡା , ଶ୍ରୀ ଆଦର୍ଶ ଦାସ , ଶ୍ରୀ ରାମଚନ୍ଦ୍ର ମିଶ୍ର , ଅଧ୍ୟାପକ ଶ୍ରୀ ସୌଦାଗର ସିଅ , ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତି ବବିତା ପୁରୋହିତ , ଶ୍ରୀମତୀ ସଙ୍ଗୀତା ପାତ୍ର , ଶ୍ରୀମତୀ ଡି. ପ୍ରିୟଙ୍କା , ଡାକ୍ତର ମୁର୍ମୁ ଓ ମମତା ପାଢ଼ୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ , ଗଜପତି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଉପାନ୍ତ ପ୍ରହରୀ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଥିଲା। ଏଥି ସହିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ପତ୍ର ପ୍ରେରଣ କରିବା ପାଇଁ ସ୍ଥିର କରାଗଲା।
ରକ୍ତଦାନ ଶିବିରଟି ସୂଚାରୁ ରୂପେ ତୁଲାଇବା ପାଇଁ ପାରଳାର ଜନସାଧାରଣଙ୍କୁ “ନିଫା” , ଗଜପତି ତରଫରୁ ଅନୁରୋଧ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.