ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସମସ୍ୟାର ସମାଧାନ ଦିଗରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସମସ୍ୟାର ସମାଧାନ ଦିଗରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଯେ କୌଣସି ବିପର୍ଯ୍ୟୟର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ପୁରୁଷ , ମହିଳା ଓ ତୃତୀୟ ଲିଙ୍ଗ ଙ୍କୁ ମଧ୍ଯ ସାମିଲ କରି ବିପର୍ଯ୍ୟକୁ ମୁକାବିଲା କରିପାରିବା , ସେହିପରି ଯେକୌଣସି ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟର ସଠିକ ମୁକାବିଲା କରିବା ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମାନେ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ଉତ୍ତମ ସମନ୍ଵୟ ରଖି ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ବିପର୍ଯ୍ୟୟ ହ୍ରାସରେ ଲିଙ୍ଗଗତ ସନ୍ତୁଳନକୁ ସମାଧାନ କରିବା ପାଇଁ ସକ୍ରିୟ ହସ୍ତକ୍ଷେପ , ଉଦ୍ଦେଶ୍ୟ ଆବଶ୍ୟକ ବୋଲି କହିଛନ୍ତି।
ଏହି କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଶ୍ରୀ ତାପସ କୁମାର ସେଠୀ , ସାଧାରଣ ପ୍ରକଳ୍ପ ପରିଚାଳକ , ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା , ଶ୍ରୀ ଆରଣ୍ୟକ ମିଶ୍ର , ଲିଙ୍ଗାଗତ ବିଶେଷଜ୍ଞ , ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ଶ୍ରୀ ସୁବଦ୍ଧ ନାୟକ , ପ୍ରକଳ୍ପ ସଂଯଜକ , ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ , ଓଡ଼ିଶା ଓ ଶ୍ରୀ କମଳକାନ୍ତ ପଣ୍ଡା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନ ରହିଥିଲେ।
ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକାରଣରୁ ଆସିଥିବା ରାଜ୍ୟ ପର୍ଯ୍ୟବେକ୍ଷକ ମାନେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ମହିଳା ଓ ଶିଶୁ ବିକାଶ ଅଧିକାରୀମାନଙ୍କୁ ନେଇ ବିପର୍ଯ୍ୟୟ ବିପଦ ହ୍ରାସ ହେଉଛି ଏକ ସଂଗଠିତ ପଦ୍ଧତି ଯାହା ସମ୍ପ୍ରଦାୟକୁ ପ୍ରସ୍ତୁତ କରି ବିପଦର ପ୍ରତିକୂଳ ପ୍ରଭାବକୁ ପ୍ରତିହିତ କରିବା ପାଇଁ ସମ୍ପ୍ରଦାୟ ଓ ଶାସନକୁ ସୁଦୃଢ କରି ବିପର୍ଯ୍ୟୟ ପ୍ରଭାବକୁ ହ୍ରାସ କରିବା ଏହାର ଉଦ୍ଦେଶ୍ୟ ଅଟେ। ଲିଙ୍ଗଗତ ଚିନ୍ତାଧାରାକୁ ଅନ୍ତର୍ଭୁକ୍ତ କରି ପ୍ରୋତ୍ସାହିତ କରିବା ଜରୁରୀ ଅଟେ ମହିଳା , ବାଳିକା , ଭିନ୍ନକ୍ଷମ , ଶିଶୁ ଓ ବୃଦ୍ଧଙ୍କ ପରି ସମାଜର ଅଧିକାଂଶ ବିଭାଗକୁ ଅର୍ନ୍ତଭୁକ୍ତ କରି ବିପର୍ଯ୍ୟୟ ହ୍ରାସ କରାଯାଇ ପାରିବ ବୋଲି କର୍ମଶାଳାରେ ଆଲୋଚନା କରାଯାଇଛି।
ଜିଲ୍ଲାରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବେ ବିପର୍ଯ୍ୟୟ କ୍ଷୟକ୍ଷତି କମାଇ ପାରି ହେବ ଏବଂ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା କୃଷି ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ , ବିଦ୍ୟୁତ ବିଭାଗ ଓ ଜଳସେଚନ ବିଭାଗ ଜିଲ୍ଲାର ସମ୍ଭାବ୍ୟ ବନ୍ୟା ମୁକାବିଲା ଉପରେ ତାଙ୍କ ବିଭାଗର ଭୂମିକା ଉପରେ ଆଲୋଚନା କରିଥିଲେ।
ଏହି କର୍ମଶାଳାରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଓ ପରିଚାଳନା ଦିଗରେ ଅଗ୍ନିଶମ , ପୋଲିସ ଏବଂ ଓଡ୍ରାଫର ଭୂମିକା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ସିଡ଼ିପିଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.