ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ ଗୁଡ଼ାରୀ ବ୍ଲକ ର ମାଁ ମାଣିକେଶ୍ଵରୀ ଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରକାରେ ସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରସ୍ତୁତ କରାଯାଇ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ ଙ୍କ ନିଷ୍ପତ୍ତି ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୁଡ଼ାରୀ ବିଡିଓ ଓ ତହସିଲଦାର ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ବୈଠକ ରେ ସଂଘ ର ଆଗାମୀ ପନ୍ଥା କଣ ରହିବ ଏବଂ ସଂଘ କୁ କିପରି ସୁଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା ପରେ ସଭା କାର୍ଯ୍ୟ ସମାପନ କରାଯାଇଥିଲା। ଏଥିରେ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ, ସଭାପତି ପ୍ରଶାନ୍ତ କୁମାର କର, ଉପ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ସମ୍ପାଦକ ହରି ହର ଶତପଥୀ, ସହ ସମ୍ପାଦକ ବୀର କିଶୋର ନନ୍ଦ, କୋଷାଧ୍ଯକ୍ଷ ରଞ୍ଜିତ କୁମାର ପାଢ଼ୀ, କାର୍ଯ୍ୟକାରିଣୀ ସଦସ୍ୟ ସ୍ଵପ୍ନା ତାଡିଙ୍ଗି, ମୋନଜ କୁମାର ନାଲା, ସୀମାଞ୍ଚଳ ଗୌଡ, ନିରଞ୍ଜନ ରଥ, ରୁଦ୍ର ଚୌଧୁରୀ, ଏବଂ ଉପଦେଷ୍ଟା ଇନ୍ଦ୍ରାଖୀ ପ୍ରସାଦ ଦାଶ ପ୍ରମୂଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ସଂଘର ଗୁଡ଼ାରୀ ବ୍ଲକ ତ୍ରିପତୀ ବିଡିକା, ନିଳାଦ୍ରୀ ବେହେରା, ରାମ ମାଝୀ ଓ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଆୟୋଜନ କରିଥିଲେ।

 

Leave A Reply

Your email address will not be published.