ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମରେ ମାଆ ଦଣ୍ଡକାଳୀଙ୍କ ନୂତନ ବିଗ୍ରହ ସହିତ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ରଘୁନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ତିନିଦିନ ବ୍ୟାପୀ ଚାଲିଥିବା ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ଅଖଣ୍ଡ ନାମଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଏବଂ ଗୋ ଯଜ୍ଞ ଅନୁଷ୍ଠିତ ହୋଇଥିଲା I ଏହି ପଞ୍ଚ ମହା ଯଜ୍ଞ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଥିବା ବେଳେ ପ୍ରସାଦ ସେବନ ପାଇଁ ଆନନ୍ଦ ବଜାରରେ ଏବଂ ବିଭିନ୍ନ ଦୋଳିର ମଜା ଉଠାଇବା ପାଇଁ ମୀନା ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା I ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାଙ୍ଗପୁର ପୋଲିସ୍ ବାହିନୀ ଭିଡ଼ ନିୟନ୍ତ୍ରଣ କରିବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ Iଗ୍ରାମ୍ୟ ସଭାପତି ଅଭିମନ୍ୟୁ ପ୍ରଧାନ, ଯୁଗଳ କିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ, ସୁଦାମା ଖଟାଇ, ବୃନ୍ଦାବନ ବିଷୋୟୀ, ଲଡୁ କିଶୋର ବିଷୋୟୀ, ବାଳକୃଷ୍ଣ ବିଷୋୟୀ, ଦିଲ୍ଲିପ୍ ବିଷୋୟୀ, ଜୟରାମ ବିଷୋୟୀ, ଶଙ୍କର ସ୍ୱାଇଁ, ମାନସ କୁମାର ବିଷୋୟୀ,ସୁଦର୍ଶନ ଗୌଡ଼, ମନୋଜ ଗୌଡ଼, ଅଶୋକା ଗୌଡ଼, ଭଗବାନ ଗୌଡ଼ ପ୍ରମୁଖଙ୍କ ସମେତ କେଶରପଲୀ ଗ୍ରାମବାସୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.