ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅପହରଣ ମାମଲାରେ ଫେରାର୍ ରାଜାକୁ ଗିରଫ କଲା ଗାଙ୍ଗପୁର ପୋଲିସ୍

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତ ଜାନୁୟାରୀ ମାସରେ ଜଣେ ଚମଡ଼ା ବ୍ୟବସାୟୀ ଏବଂ ତିନିଜଣ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅପହରଣ କରି ସେମାନଙ୍କୁ ଅକଥନୀୟ ଅତ୍ୟାଚାର ସହିତ ମୁଣ୍ଡ ଜାମିନ୍ ମାମଲାରେ ପୋଲିସ୍ ହେପାଜତରୁ ଫେରାର୍ ରାଜାକୁ ଆଜି ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗତ ଜାନୁୟାରି ମାସରେ ଚିକିଟି ସବ୍ଡିଭିଜନ୍ କେ.ନୂଆଁ ଗାଁ ଥାନା ଅଞ୍ଚଳରେ କଟକ ଗୋବିନ୍ଦ ପୁରର ବ୍ରହ୍ମାନନ୍ଦ ପାତ୍ର, ତୁଳସୀ ପୂର ଅଞ୍ଚଳର ଅହମ୍ମଦ ଖାନ୍, ଭୂବନେଶ୍ଵର ଗଡ଼ ନହରକଣ୍ଟାର ଅମରଜିତ୍ ସାମନ୍ତ ଦିଲ୍ଲୀର ରବୀନ୍ଦ୍ର କୁମାରଙ୍କୁ ଅପହରଣ କରି ନିର୍ଯ୍ୟାତନା ଦେବା ସହିତ ଦୁଇକୋଟି ଟଙ୍କାର ମୁଣ୍ଡ ଜାମିନ୍ ରଖିଥିଲେ ଦୁର୍ବୃତ୍ତ I ଏହି ମାମଲାରେ କେ ନୁଆଁ ଗାଁ ଥାନାରେ 41/25 ରେ ମାମଲା ରୁଜୁ କରାଯାଇ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଭରତ ଗୌଡ଼ଙ୍କ ପୁଅ ରାଜେଶ୍ ଗୌଡ଼ ଓରଫ ରାଜା (24) ଙ୍କ ସମେତ ଅନ୍ୟ ଆସାମୀ ମାନଙ୍କୁ ଗିରଫ କରିଥିଲା ଗାଙ୍ଗପୁର ପୋଲିସ୍ I କିନ୍ତୁ ରାଜେଶ୍ କୌଶଳ କ୍ରମେ ପୋଲିସ୍ ହେପାଜତରୁ ଫେରାର୍ ହୋଇଯାଇଥିଲା I ପୋଲିସ୍ ଲଗାତାର୍ ରାଜେଶ୍ ର ଗତିବିଧି ଉପରେ ନଜ଼ର ରଖିବା ସହିତ ତାର ସମ୍ପର୍କୀୟ ମାନଙ୍କ ମୋବାଇଲ୍ କୁ ଟ୍ରାକ୍ କରି ରାଜେଶ୍ ସମ୍ପର୍କରେ ଖବର ସଂଗ୍ରହ କରିଥିଲା I ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ପର୍ଶୁଲୁଣ୍ଡା ନିକଟରେ ରାଜେଶ୍ ବୁଲୁଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଗାଙ୍ଗପୁର ପୋଲିସ୍ ବାହିନୀ ରାଜେଶ୍ କୁ କାବୁ କରି ଗିରଫ କରିବା ସହିତ ତା ନିକଟରୁ ଏକ ମୋବାଇଲ୍ ଏବଂ ନଗଦ ସାତ ହଜାର ଟଙ୍କା ଜବତ କରିଥିବା ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି I

Leave A Reply

Your email address will not be published.