୭ତାରଖରୁ ନିଯୁକ୍ତି ମେଳା ; ଯୋଗଦେବେ ୫୦ରୁ ଉର୍ଦ୍ଧ ସଂସ୍ଥା

3

ପୁରୀ (ଅନିମେଶ ପଟ୍ଟନାୟକ): ଚଳିତ ମାସ ୭ତାରିଖରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ୫୦ରୁ ଉର୍ଦ୍ଧ ନିଯୁକ୍ତି ଦାତା ସଂସ୍ଥା ଯୋଗଦେବେ । ଏତଦ ବ୍ୟତୀତ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ଯୋଗ ଦେବେ । ଏହି ସଂସ୍ଥାମାନେ ଆଶାୟୀଙ୍କ ଦକ୍ଷତା ଅନୁଯାଇ ପ୍ରାର୍ଥୀ ଚୟନ ଓ ନିଯୁକ୍ତି କରିବେ । ନିଯୁକ୍ତି ମେଳାରେ ନିଯୁକ୍ତି ଆଶାୟୀ ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ, ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ,ପ୍ରାର୍ଥୀନୀ ମାନେ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ସେମାନେ ଯୋଗ ଦେଇପାରିବେ। ଆଗ୍ରହୀ ପ୍ରାର୍ଥୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଆଧାର ପ୍ରମାଣ ପତ୍ର ର ଏକକିତା ନକଲ ସହ ପାସପୋର୍ଟ ସାଇଜର ୨ ଗୋଟି ଫଟୋ ସାଙ୍ଗରେ ଆଣି ଏହାର ସୁଯୋଗ ନେବାପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ବେହେରା ସର୍କିଟ ହାଉସ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ନିୟୋଜନ ବିଭାଗର ମୁଖ୍ୟ କିରାଣୀ ପୁଷ୍ପଲତା ପ୍ରଧାନ, ବାମଦେବ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.