ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ଉପଖଣ୍ଡସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଉପଜିଲ୍ଲାପାଳ ବିଶି କେସନ ଦେହୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ ତହସିଲଦାର ରୁବି ବେହେରା ,ଡ଼େପୁଟି କଲେକ୍ଟର ନେପାଳଚନ୍ଦ୍ର ମୁଣ୍ଡା,ଅମ୍ଲାନ ଅପରାଜିତା ମିଶ୍ର, ବାର ଆସୋସିଏଶନର ସଭାପତି ଅଭୟ ବୀର,ଏନଏସି ଉପାଧ୍ୟକ୍ଷ ସୁନୀଲ ପ୍ରଧାନ,ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ସରୋଜ ମିଶ୍ର,ପଞ୍ଚଖଣ୍ଡା କଳାପରିଷଦ ସଭାପତି ମହାବୀର ସିଂଦେଓଙ୍କ ସମେତ ବିଭିନ୍ନ ସ୍କୁଲ ,କଲେଜ ର ଅଧ୍ୟାପକ,ଶିକ୍ଷକ,ଶିକ୍ଷୟିତ୍ରୀ,ସାମାଜିକ କର୍ମୀ,ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.