ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ତଥା ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ ପିଏମ-ଜନ ଔଷଧି ତଥା ଜେନେରିକ ଔଷଧର ଚାହିଦା ବୃଦ୍ଧି ପାଇବା ସହ ଏହା ସାଧାରଣ ଲୋକଙ୍କ ଠାରେ ବେଶ ଲାଭ ପହଞ୍ଚାଇବାରେ ସହାୟକ ହୋଇପାରୁଛି।
ପାରଳାଖେମୁଣ୍ଡି ସହରରେ ଆଗରୁ ଏହି ପିଏମ-ଜନ ଔଷଧି ତଥା ଜେନେରିକ ଔଷଧ ଉପଲବ୍ଧ ନ ଥିଲା । ଗତ ୬ ମାସ ହେଲା ସହରର କୁମୁଟି ସାହି ଗଳିରେ ଏହି ଔଷଧ ଦୋକାନ ଖୋଲିଛି । ଖୋଲିବା ଦିନ ଠାରୁ ଏହି ଔଷଧ ଦୋକାନରେ ଗରିବ ଓ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ଔଷଧ ନେବା ପାଇଁ । ଏମିତିକି , ଧନୀ ସ୍ଵଚ୍ଛଳ ବର୍ଗର ଲୋକେ ମଧ୍ୟ ଏହି ଔଷଧ ନେଇ ଖାଇବା ଆରମ୍ଭ କରିଦେଇଛନ୍ତି ।
ପାରଳାଖେମୁଣ୍ଡି ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ରହିଥିବା ବେଳେ ଏବଂ ଏହି ଜେନେରିକ ଔଷଧ ଅତି ସୁଲଭ ତଥା ଶସ୍ତାରେ ଉପଲବ୍ଧ ହେବା ସହ ଏହା ଲୋକଙ୍କୁ ବହୁ ମାତ୍ରାରେ ଲାଭ ପହଞ୍ଚାଇ ପାରୁଥିବା ଯୋଗୁଁ ଏଠାରୁ ଔଷଧ ନେବା ପାଇଁ ପ୍ରତିଦିନ ଶତାଧିକ ଲୋକଙ୍କ ଭିଡ ଲାଗି ରହିଛି।
ପାରଳାଖେମୁଣ୍ଡି ସହରରେ ବହୁ ସଂଖ୍ୟାରେ ଏଲୋପ୍ୟାଥିକ ଔଷଧ ଦୋକାନ ରହିଥିବା ବେଳେ ସେଠାରୁ ଲୋକେ ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ନ ପାଇ ବେଶୀ ଦାମରେ ଅଧିକ ଖର୍ଚ୍ଚାନ୍ତ ହୋଇ ଔଷଧ କିଣୁଥିଲେ ଥିଲେ।
ବର୍ତ୍ତମାନ ଏହି ଜେନେରିକ ଔଷଧ କିଣି ସାଧାରଣ ଗରିବ ଲୋକେ ସେମାନଙ୍କ ପ୍ରାୟ ୭୦ ପ୍ରତିଶତ ଟଙ୍କା ଔଷଧ କିଣାରେ ବଞ୍ଚାଇ ପାରୁଛନ୍ତି।
ପ୍ରକୃତରେ ଲୋକେ ମଧ୍ୟ ଜାଣି ପାରିଲେ ଯେ , ସେହି ଏଲୋପ୍ୟାଥିକ୍ ଔଷଧ ଆଉ ଜେନେରିକ ଔଷଧ ମଧ୍ୟରେ ସେମିତି କୌଣସି ଫରକ୍ ନାହିଁ , ସେହି ଔଷଧ ଖାଇଲେ ଯେଭଳି ଉପକୃତ ହେଉଛନ୍ତି , ଏହି ଜେନେରିକ ଔଷଧ ଖାଇଲେ ମଧ୍ୟ ସମାନ ଉପକୃତ ହେଉଛନ୍ତି , ତେଣୁ ଲୋକେ ସେମାନଙ୍କ ଘର ଲୋକଙ୍କ ପାଇଁ ଯେଉଁମାନେ କି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଛନ୍ତି , ସେମାନଙ୍କ ପାଇଁ ଏଠାରୁ ଜେନେରିକ ଔଷଧ ନେଇ ଖାଉଛନ୍ତି।
ଏହି ଜେନେରିକ ଔଷଧ ଦୋକାନରେ ପ୍ରାୟ ୬୦୦ ପ୍ରକାରର ଔଷଧ ଉପଲବ୍ଧ ହେଉଛି ।
ଏହି ଜେନେରିକ ଔଷଧ ଖାଇ ଅଧିକ ଉପଲବ୍ଧ ହେବା ସହ ଲାଭ ପାଉଥିବା ଗୋସାଇଁ ମହାରାଜ , ସୁରେଶ ବିଶୋଇ , ରୂପେଶ ପାଢ଼ୀ , ବାଇଲି ବେହେରା , ୱାର୍ଧା ରାଜୁ , ଏମ୍. ଲଳିତା , ପ୍ରଶାନ୍ତ ମାଲୁ (ବିକ୍ରେତା) କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post