ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ହଜାର

3

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନୀୟ ଗ୍ରାମର ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।ଉକ୍ତ ଟଙ୍କାରେ ପ୍ରତିବର୍ଷ ଏହି ବିଦ୍ୟାଳୟର ତୃତୀୟ ଓ ପଞ୍ଚମ ଶ୍ରେଣୀରେ ସର୍ବଶ୍ରେଷ୍ଠ ନମ୍ଵର ରଖିଥିବା ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ ।ଏହି ଅବସରରେ ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ କାନ୍ତୀ ସାହୁଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଧର୍ମ ସାହୁ ଅତିଥି ପରିଚୟ, ଶିକ୍ଷକ ରତ୍ନ ଭୋଇ ମାନପତ୍ର ପଠନ କରିଥିଲେ। ସିଆରସିସି ରାଜେଶ୍ଵର ବେହେରା ସଭାକୁ ପରିଚାଳନା କରିଥିଲେ। ସ୍କୁଲ ପରିଚାଳନା କମିଟି ଚେୟାରମେନ ରାଜେନ୍ଦ୍ର ପଟେଲ,ପୂର୍ବତନ ଚେୟାରମେନ ଯୋଗେନ୍ଦ୍ର ପଧାନ ଓ ଅଧିକାରୀ ପଧାନଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସତ୍ୟଭାମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.