ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ମାନ୍ୟବର ବିଧାୟକ ମୋହନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନୁିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ଜ୍ୟୋତି ପ୍ରସାଦ ପାଣି , ଉପ ଅଧ୍ୟକ୍ଷ , ପଞ୍ଚାୟତ ସମିତି ରାୟଗଡ , ଶ୍ରୀଯୁକ୍ତ ସୁନାରାମ ସିଂ, ଜିଲ୍ଲା ଶିଳ୍ପ ସଂଚାଳକ ଗଜପତି , ଶ୍ରୀ ଶ୍ରାବଣ କୁମାର ପ୍ରଧାନ , ନିର୍ଦ୍ଦେଶକ , ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି ଓ ଶ୍ରୀ ସୁକାନ୍ତ ପ୍ରଧାନ , ତହସିଲଦାର ରାୟଗଡ ପ୍ରମୁଖ ମଞ୍ଚାସିନ ଥିଲେ।
ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୭୪୬ଜଣ ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୬୨୬ ଜଣଙ୍କୁ ଚୟନ କରଯାଇଛି। ଆଜିର ନିଯୁକ୍ତି ମେଳାରେ ୪୦ ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଶିବାଶିଷ ସାହୁ , ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.