ଓଡ଼ଗାଁ ଥାନା ଅଞ୍ଚଳରୁ ଚୋରି

3

ଓଡ଼ଗାଁ,୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପାଣ୍ଡେରିପଡା ଗାଁରେ ଦୁଇଟି ପରିବାରରୁ ଚୋରି ଘଟଣା ସମ୍ପର୍କରେ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପାଣ୍ଡେରିପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନ ଅସ୍ତି ବିସର୍ଜନ କରିବାକୁ ଓଡ଼ିଶା ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗନେଇ ଚୋରମାନେ ତାଙ୍କ ଘରେପଶି କଳାକନା ବୁଲାଇ ଦେଇଛନ୍ତି।ସେହିଭଳି ସେହି ରାତିରେ ଗାଁର ସୁରଥ ଗୈାଡ଼ଙ୍କ ପରିବାର ଲୋକେ ଘରେ ଖାଇସାରି ଶୋଇପଡ଼ିବା ପରେ ଚୋରମାନେ ବାରିପଟୁ କବାଟଭାଙ୍ଗି ଆଲମିରାରେ ଥିବା ସୁନା ମୁଦି ୨ଟି, ସୁନା ଚେନ ଗୋଟିଏ ଏବଂ ଅନ୍ୟାନ୍ୟ ଜିନିଷ ନେଇ ଚାଲି ଯାଇଥିଲେ । ସୂଚନା ଥାଉକି ଶରଣକୁଳ ଥାନା ଅଞ୍ଚଳରୁ ଗୋଟିଏ ପରିବାରର ଘରେ ପଶି ଚୋର ମାନେ ପ୍ରାୟ ୬୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନୟାଗଡ଼ର ଦୁଇ ଦୁଇଟି ମନ୍ଦିର ସହିତ ଓଡ଼ଗାଁ ନିକଟସ୍ଥ ଦୂତୀକେଶ୍ବର ମନ୍ଦିରୁ ଚୋରି ଘଟଣାରେ ଏବେ ପୋଲିସ ପାଇଁ ଯେପରି ଚାଲେଞ୍ଜ ପାଲଟି ଯାଇଛି ।

Leave A Reply

Your email address will not be published.