ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାନଫଟାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୁବନ ବରିହା ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା!ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଧା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ, ତଥା ଅଭିଭାବକ/ ଅଭିଭାବିକାଙ୍କୁ ସମ୍ବୋଧନ କରଥିଲେ। ଅତିରିକ୍ତ ସହ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ,ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀମତୀ ପିନା ଭୁଏ, ୱାର୍ଡସଭ୍ୟା ମଞ୍ଜୁଲତା ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଇଚ୍ଛାପୁର କ୍ଲଷ୍ଟର ର ଯୁବ ସିଆରଶିଶି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖଥିଲେ l ଏହି ଅବସରରେ ମୋ ସ୍କୁଲ ଅଭିଯାନ ରେ ବିଦ୍ୟାଳୟ କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଆଲୁମିନି ମାନଙ୍କୁ ପ୍ରଶଂସା ପତ୍ର ଓ ଉପ ଧୌକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା l ସୁଲେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନିତାଇ ମଟାରି ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲା ।ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ସଭ୍ୟା ତଥା ସାନଫଟାମୁଣ୍ଡା ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ସମାରୋହରେ ଶ୍ରୀଯୁକ୍ତ ମୋହନ କୁମାର କୁଅଁର, ସହଦେବ ଭୁଏ, ରବୀନ୍ଦ୍ର ଯୁଆଡି, ସିଆରସିସି ଶ୍ରୀଯୁକ୍ତ ନୀଳକଣ୍ଠ ନାୟକ, ଜୈମିନୀ ସାହୁ, ଯାଦବ ସେଠୀ, ରାଜୀବ ଭୁଏ, ପାଣ୍ଡବ ସେଠ, କନକ ନାୟକ, ଝରଣା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଲଳିତ କୁମାର ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ!
Sign in
Sign in
Recover your password.
A password will be e-mailed to you.