ସରକାର ଦୃଷ୍ଟି ଦେବେ କି ?

3

 (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୨୮/୨/୨୦୨୫: ସରକାର ଙ୍କ ଗାଁ ବିକଶିତ ,ଓଡିଶା ର ବିକାଶ ଯୋଜନା ଚାଲିଥିବା ବେଳେ , ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ହେଉନଥିବାରୁ,ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ଦେଖିବାକୁ ମିଳିଛି। ଏହା ଅନ୍ୟ କେଉଁ ଠି ନୁହେଁ,ଖୁଦ୍  ଚାରୁ ଓ କାରୁ କଳା ମହାବିଦ୍ୟାଳୟର ସମ୍ମୁଖ ଭାଗରେ ଅବସ୍ଥିତ ବାମ୍ଫି , ଉକ୍ତ ବାମ୍ଫି ଦେଖିବାକୁ ବାହାରୁ ବହୁ ଦୂରଦୂରାନ୍ତରୁ ଦର୍ଶକ ମାନେ ଆସିଥାନ୍ତି। ମାତ୍ର ତାହା ର ଚତୁଃପାର୍ଶ୍ଵ ଏବେ ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ ହୋଇଥିବାରୁ, ବାମ୍ପି ଟି ପୋତି ହେବାକୁ ବସିଲାଣି। ସେତିକି ନୁହେଁ,ଵାମ୍ପି ରେ ବଡ଼ବଡ ବୃକ୍ଷରାଜି ସାଙ୍ଗକୁ ଲତା ର ଆବରଣ ହେତୁ ତାହାଆଚ୍ଛାଦିତ ହୋଇପଡିଛି। ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଆମେ ଆମର ଅନୁଷ୍ଠାନ ପ୍ରତିକେତେସଚେତନ ।ଏହା ପୂର୍ବରୁ ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ତଥା ଶାସକ ପ୍ରଶାସକ ର ବ୍ଳକ୍ କରେସ୍ପଣ୍ଡେନସ୍ ଶିବରାମ ଜେନା ବହୁବାର ଚାରୃ ଓକାରୁକଳା ମହାବିଦ୍ୟାଳୟ ର ଅଧ୍ୟାପକ ମ‌ହୋଦୟଙ୍କୁ ସାକ୍ଷାତ କରିଥିଲେ ବୋଲି ଜଣାପଡିଛି ।
ଏ ସମ୍ପର୍କରେ ଚାରୁ ଓ କାରୁକଳା ମ‌ହାଵିଦ୍ୟାଳ଼ୟ ର ଅଧ୍ୟାପକ ଶ୍ରୀ ସୁବ୍ରତ ମଲ୍ଲୀକ ସହ ଆଲୋଚନା କରିଥିଲେ।
କିନ୍ତୁ କ୍ଷୋଭର ବିଷୟ ଏହାରି ଉପରେ ଉଚ୍ଚକତ୍ତୃପକ୍ଷ ଙ୍କ କୋୖଣସି ପଦକ୍ଷେପ ନିଆଯାଇନଥିବା କୁହାଯାଉଛି। ତେଣୁ ଜନସାଧାରଣ ଙ୍କ ବିନୀତ ଅନୁରୋଧ ଯେ ସରକାର ଉକ୍ତ କୀର୍ତ୍ତି କୁ ପୁନଃ ଉଦ୍ଧାର କରାଇପାରିଲେ , ଦର୍ଶକ ହାରି ମାନଙ୍କ ମନରେ ଜାଗରଣ ସୃଷ୍ଟି ହେବ ବୋଲି ଜନଶ୍ରୁତି ରୁ ଜଣାଯାଏ। ଖଲ୍ଲିକୋଟ ରୁ ଶିବରାମ ଜେନା ଶାସକ ପ୍ରଶାସକ।

Leave A Reply

Your email address will not be published.