ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୩୬ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

3

 ସଚେତନତା ଅଧିବେଶନ, କର୍ମଚାରୀ, ଶ୍ରମିକ ଏବଂ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଆୟୋଜନ 

ପାରାଦ୍ଵୀପ : ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ର ଓ ପ୍ରକଳ୍ପ ସ୍ଥଳୀ ରେ ୩୬ତମ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୫ ପାଳନ କରାଯାଇଛି। ଚଳିତ ବର୍ଷ ଏହି ଅଭିଯାନର ବିଷୟବସ୍ତୁ ‘ନିରାପଦ ଗାଡି ଚାଳନା, ନିରାପଦ ଭାବେ ପହଁଚିବା’ କୁ ନେଇ ପାରାଦ୍ଵୀପ ପେଲେଟ୍ ପ୍ଲାଣ୍ଟ୍ ଓ ଡାବୁନା ବେନେଫିଏସନ୍ ପ୍ଲାଣ୍ଟ ରେ ଏକ ରୋଡ୍ ରାଲି ଓ ସଭାର ଆୟୋଜନ କରାଯିବ ସହିତ କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ସଡ଼କ ସୁରକ୍ଷା, କୁଇଜ୍ ପ୍ରତିଯୋଗିତା, ଗୀତ ପ୍ରତିଯୋଗିତା, ସ୍ଲୋଗାନ୍ ଓ ପୋଷ୍ଟର ପ୍ରତିଯୋଗିତା, କାହାଣୀ ଲେଖା ପ୍ରତିଯୋଗିତା ଓ ସୃଜନଶୀଳ ଭିଡିଓ ପ୍ରତିଯୋଗିତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତାର ପ୍ରସାର ପାଇଁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଚେତନତା ଅଧିବେଶନ ଆୟୋଜନ କରାଯିବା ସହ ପାରାଦ୍ଵୀପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍, ସ୍ଲୋଗାନ ଓ ପୋଷ୍ଟର ପ୍ରସ୍ତୁତି ଭଳି ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା।
ଉଦଯାପନୀ ଉତ୍ସବରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି ଓ ଏଏମ୍/ଏନ୍ଏସ୍ ଇଣ୍ଡିଆର ମୁଖ୍ୟ ସୁରକ୍ଷା ଅଧିକାରୀ ନାଗେଶ୍ୱର ରାଓ ଉପସ୍ଥିତ କର୍ମଚାରୀ ଓ ଶ୍ରମିକମାନଙ୍କୁ ସମ୍ବୋଧିତ କରିବା ସହ ଏକ ମାସ ଧରି ଚାଲିଥିବା ଏହି ଅଭିଯାନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏହି ସମାରୋହରେ ସଡ଼କ ସୁରକ୍ଷା ସମ୍ପର୍କରେ କର୍ମଚାରୀମାନେ ଆଲୋଚନା କରିବା ସହ ମଞ୍ଚରେ ସୁରକ୍ଷା ସମ୍ପର୍କିତ ନାଟକ ପରିବେଷଣ କରିଥିଲେ।
୧୧ରୁ ୧୭ ଜାନୁଆରି, ୨୦୨୫ ମଧ୍ୟରେ ‘ସମସ୍ତଙ୍କ ପାଇଁ ସୁରକ୍ଷିତ ସଡ଼କକୁ ପ୍ରୋତ୍ସାହନ’ ଶୀର୍ଷକରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ପାଇଁ ସମଗ୍ର ଓଡ଼ିଶାରେ ଅନୁରୂପ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପାରାଦ୍ଵୀପ ପ୍ରକଳ୍ପ, କୋଇଡ଼ାସ୍ଥିତ ସାଗାସାହି ପ୍ରକଳ୍ପ, ଶଙ୍କରୀ ଓ କେନ୍ଦୁଝର ପ୍ରକଳ୍ପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଠିକା କର୍ମଚାରୀଙ୍କ ସମେତ କମ୍ପାନୀ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗାଡ଼ି ଫିଟନେସ୍ ଯାଞ୍ଚ ଶିବିର, କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ସଡ଼କ ସୁରକ୍ଷା କୁଇଜ୍, ପରିବହନ ଚାଳକଙ୍କ ପାଇଁ ପ୍ରତିରକ୍ଷାମୂଳକ ଡ୍ରାଇଭିଂ ପ୍ରଶିକ୍ଷଣ, ସଡ଼କ ନିରାପତ୍ତା ରାଲି ଓ ଗାଡ଼ି ଚାଳକଙ୍କୁ ସଡ଼କ ସୁରକ୍ଷା ପ୍ରଚାରପତ୍ର ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରକଳ୍ପ ସ୍ଥଳରେ ଆୟୋଜିତ ଏକ ସମାପନ ସମାରୋହରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଆଇଏସପି ପାରାଦ୍ଵୀପ ପ୍ରୋଜେକ୍ଟସ୍ ଆଣ୍ଡ୍ ଏନାବଲିଙ୍ଗ ଓଡ଼ିଶାର ମୁଖ୍ୟ ଅରୁଣ କୁମାର ରଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ଶ୍ରେଷ୍ଠ ନିରାପତ୍ତା ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ସର୍ଗୀକୃତ ପ୍ରୟାସ ଏବଂ ସକ୍ରିୟ ଅଂଶଗ୍ରହଣ ସହିତ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହାର କାର୍ଯ୍ୟସ୍ଥଳୀ ଏବଂ ବାହାରେ ମଧ୍ୟ ସଡ଼କ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ସଂସ୍କୃତି ସୃଷ୍ଟି କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି ।

Leave A Reply

Your email address will not be published.