ବିଦ୍ୟୁତ ଟାୱାର ଉପରେ ଯୁବକ, ଉଦ୍ଧାର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀର ଅଭିଯାନ ଜାରୀ

3

ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ବଲାଙ୍ଗିର ଜିଲ୍ଲା ର ପୁଇଁତଲା ଥାନା ଅଧୀନ ଖମାରମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସିଧେଶ୍ୱର ଭୋଇ ନାମକ ଜଣେ ଯୁବକ ଅଜଣା କାରଣରୁ ଏକ ବିଦ୍ୟୁତ ଟାୱାର ଉପରକୁ ଚଢ଼ି ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ ମିଳିଛି। ଏହି ଅସାମାନ୍ୟ ଘଟଣାକୁ ଦେଖି ଅଞ୍ଚଳବାସୀ ଅତ୍ୟନ୍ତ ଚିନ୍ତିତ ଏବଂ ଉତ୍କଣ୍ଠିତ।

ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ଅଛନ୍ତି । ଏହି ଯୁବକଙ୍କୁ ସୁରକ୍ଷିତ ଭାବେ ଟାୱାରରୁ ଉତାରିବାକୁ ସେମାନେ ପ୍ରୟାସ ଜାରୀ ରଖିଛନ୍ତି। ଯୁବକ କାହିଁକି ଏହି ପ୍ରକାର କାର୍ଯ୍ୟ କଲା, ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ଅଞ୍ଚଳବାସୀ ଏହି ଘଟଣାକୁ ଦେଖି ଭୟର ପରିବେଶରେ ଅଛନ୍ତି। ଯୁବକକୁ ସ୍ଥାନୀୟ ଲୋକମାନଙ୍କ ସହିତ ତା ସାଙ୍ଗ ମାନେ ମଧ୍ୟ ବହୁ ପ୍ରକାର ଚେଷ୍ଟା କରୁଛନ୍ତି କେମିତି ସେ ତଳକୁ ଓହ୍ଲାଇ ଆସିବ କିନ୍ତୁ ଯୁବକ କାହା କଥା ମଧ୍ୟ ଶୁଣୁନାହିଁ । ଏପରିକି ତାହାକୁ ତା ସାଙ୍ଗ ମାନେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟର ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି ଯେମିତି ତାଙ୍କ ସାଙ୍ଗ ତାଙ୍କ କଥା ସୁଣିକି ଟାୱାର ରୁ ଓହ୍ଲେଇ ପଡ଼ିବ। କିନ୍ତୁ ଓହ୍ଲାଇବା ତ ଦୂର କଥା ସେ ବିଦ୍ୟୁତ୍ ତାର ରେ ଖେଳ ଦେଖାଉ ଥିବା ଦେଖିବାକୁ ମିଳିଛି। ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଏହି ଯୁବକକୁ ଉତାରିବା ପାଇଁ ଏକ ସୁରକ୍ଷିତ ଯୋଜନା ପ୍ରସ୍ତୁତ କରାଯାଉଛି।

Leave A Reply

Your email address will not be published.