ଐତିହାସିକ ଈଶ୍ୱରନାଥ ଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

3

ଅସ୍ତରଙ୍ଗ :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉନ୍ତି ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଈଶ୍ୱରନାଥ । ଏହି ମନ୍ଦିର ଏକ ଐତିହାସିକ ମନ୍ଦିର ଆଉ ଏହି ମନ୍ଦିର ବିଷୟରେ ପ୍ରାଚୀ ମାହାତ୍ମ୍ୟ, ଓଡିଶା ପ୍ରାଚୀନ ଇତିହାସ ରେ ବର୍ଣ୍ଣିତ କରାଯାଇଛି ।ଏହି ଶିବ ମନ୍ଦିର ଭାରତୀୟ ପ୍ରତ୍ନତତ୍ୱବିତ୍ତ୍ୱ ଙ୍କ ତତ୍ୱାବୋଧନ ରେ ରହିଥିବା ବେଳେ ଏହି ସ୍ଥାନରେ ବର୍ଷକ ବାର ମାସ ରେ ୧୩ ପର୍ବ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଭିତରେ ଜାଗର ଆଉ ଯାହାକୁ ନେଇ ଆଜିଠୁ ଠାକୁର ଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ,ଚଳିତ ଜାଗର ଯାତ୍ରା ଅବସରରେ ମନ୍ଦିର ପରିସର ରେ ୩୪ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଉତ୍ସବ ଚାରି ଦିନ ଧରି ଚାଲିବା ସହ ମହାଶିବ ରାତ୍ରୀ ବା ଜାଗର ଯାତ୍ରା ଦିନ ଶେଷ ହେବ। ରବିବାର ଦିନ ଶିଳା ସଂସ୍କାର, ଜଳ ଆହରଣ, ଅଙ୍କୁରାରୋପଣ, ଶୁଭାଧିବାସ କର୍ମ କରା ଯାଇଥିବାବେଳେ ସୋମବାର ରୁଦ୍ରାଭିଷେକ, ସପ୍ତସତୀ ଚଣ୍ଡୀପାଠ କରାଯାଇ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଜିଉନ୍ତି ଗ୍ରାମ ର ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ର ପରିଚାଳନା କରାଯାଉ ଥିବାବେଳେ ଚଳିତ ବର୍ଷ କର୍ତ୍ତା ଭାବେ ଦେବେନ୍ଦ୍ର ଦାଶ ଓ କର୍ତ୍ତୀ ଭାବେ ମଞ୍ଜୁଲତା ଦାଶ କାର୍ଯ୍ୟ କରୁଛନ୍ତି। ପଣ୍ଡିତ ଅମୂଲ୍ୟ କୁମାର କର ଙ୍କ ପୌରହିତ୍ୟ ଦ୍ଵାରା ସମସ୍ତ ପୂଜା ନୀତି ଓ ଯଜ୍ଞ କାର୍ଯ୍ୟସମାପନ ହେଉଥିବା ବେଳେ,ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ ଆଉ ପ୍ରଭୁ ଙ୍କ ସେବା ରେ ଶ୍ରମ ପ୍ରଦାନ କରିଛନ୍ତି lଜାଗର ଯାତ୍ରା ପାଇଁ ଜିଉନ୍ତି ଗ୍ରାମ ଓ ପ୍ରଭୁ ଈଶ୍ୱରନାଥ ଙ୍କ ପୀଠ ଉତ୍ସବ ମୁଖର ହୋଇପଡ଼ିଛି।

Leave A Reply

Your email address will not be published.