ବରପାଲି :-ପ୍ରସ୍ତାବିତ ନୂତନ ବ୍ଲକ ଗଠନ ପାଇଁ କୁଶନପୁରୀ ଠାରେ ତୃତୀୟ ଥର ଏକ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହାକୁ ନେଇ ଶ୍ରୀଯୁକ୍ତ ଲକ୍ଷପତି ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ବେହେରା ମାର୍କେଟ ଠାରେ ଏକ ସଭାର ଆୟୋଜନ ହୋଇଥିଲା।ଏହି ସଭାରେ କୁଶନପୁରୀ ସରପଞ୍ଚ ସୁରେଶ୍ଵରୀ ପଧାନ,ନିଲେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ନିରଞ୍ଜନ ମଲ୍ଲିକ, କଟାପାଲି ସରପଞ୍ଚ ଗଙ୍ଗାଧର ଦାସ, ଖୁଣ୍ଟପାଲି ସରପଞ୍ଚ ବେଲାର ସେନ ମେହେର,ବିରମାଲ ସରପଞ୍ଚ ସୁଶାନ୍ତ ଆଚାର୍ଯ୍ୟ,ବାଗବାଡି ସରପଞ୍ଚ ସୁଷମା ଭୋଇ,ତୁମଗାଁ ସରପଞ୍ଚ ବବିତା ପଧାନ, କନବାର ସରପଞ୍ଚ ଅଧିକାରୀ ବାରିକ ପ୍ରମୁଖ ସମେତ ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ସାହୁ, ସମିତି ସଭ୍ୟା କ୍ଷିରବତୀ ଭୋଏ, ସମିତି ସଭ୍ୟା ଜାମିନୀ ପଧାନ ଉପସ୍ଥିତ ହୋଇ ନିଜ ନିଜ ମନ୍ତବ୍ୟ ପ୍ରଦାନ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ସମୁଦାୟ ୧୩ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ଏହି ବୈଠକରେ ଯୋଗଦାନ କରିଥିବା ସମସ୍ତ ସଦସ୍ୟ ସଦସ୍ୟା ଗଣ ଏକପ୍ରକାର ଶପଥ ପାଠ କରିଥିବା ଜଣାପଡିଛି।ଭୈଗଳିକ ଦୃଷ୍ଟି କୋଣରୁ ନିରିକ୍ଷଣ କରି ଉପସ୍ଥିତ ସରପଞ୍ଚ,ସଭ୍ୟ,ସଭ୍ୟା ତଥା ଭଦ୍ରବ୍ୟକ୍ତି ଗଣ କୁଶନପୁରୀ ଠାରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥାପନ କରାଗଲେ ସମସ୍ତ ଗ୍ରାମପଞ୍ଚାୟତ ବାସୀ ମାନଙ୍କ ସୁବିଧା ଜନକ ହୋଇ ପାରିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି। କୁଶନପୁରୀ ଗ୍ରାମପଞ୍ଚାୟତରେ ମୋଟ ସରକାରୀ ଜମି ୭୪ ଏକର ରହିଥିବାରୁ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥାପନ ପାଇଁ କୈାଣସି ପ୍ରକାରର ଅସୁବିଧା ନାହିଁ ବୋଲି ସଭାପତି ଶ୍ରୀଯୁକ୍ତ ବେହେରା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.