ସାରୁଅ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ।

2

ଖୋର୍ଦ୍ଧା : (ସେକ ଜାଫର) ଖୋର୍ଦ୍ଧା :ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି ।
ମୋଟ ୯୧ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୭୨ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା |
ଆଜିର ମିଳିତ ଜନଶୁଣାଣି ଅବସରରେ, ବେଗୁନିଆ ବିଧାୟକ, ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ, (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ସାଫଲ୍ୟ ମଣ୍ଡିତ ପ୍ରଧାନ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ,ସ୍ଥାନୀୟ ସରପଞ୍ଚ, ତହସିଲଦାର,ବିଡ଼ିଓ, ସି.ଡ଼ି.ଏମ୍ ଓ, ଡାକ୍ତର ରାଜଲକ୍ଷ୍ମୀ ପଟ୍ଟନାୟକ, ଆସିଷ୍ଟାଣ୍ଟ କଲେକ୍ଟର, ଶିକ୍ଷା ଅଧିକାରୀ। ସ୍ନିଗ୍ଧା ମିଶ୍ର ଓ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.