ଉତ୍କଳ ସାମ୍ବାଦିକ ସଂଘ,ଭଞ୍ଜନଗର ପକ୍ଷରୁ ନୂତନ ଥାନାଧିକାରୀ ଙ୍କୁ ସମ୍ବର୍ଦ୍ଧନା

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାରେ ନୂତନ ଥାନାଧିକାରୀ ଭାବେ ଶ୍ରୀଯୁକ୍ତ ଜୀବନାନନ୍ଦ ଜେନା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଭଞ୍ଜନଗର ରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଜିଵନାନନ୍ଦ ଜେନା ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଆଜି ଭଞ୍ଜନଗର ନୂତନ ଆଇ .ଆଇ.ସି ଶ୍ରୀ ଜେନା ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସହିତ ଗଞ୍ଜାମ ଜିଲ୍ଲା ୟୁ.ଜେ.ଏ ସମ୍ପାଦକ, କୋଷାଧ୍ୟକ୍ଷ, ଜୟକୃଷ୍ଣ ପଟ୍ଟନାୟକ , ଅରକ୍ଷିତ ପରିଛା, ବିଶ୍ବମ୍ବର ଜେନା, ଉଦୟନାଥ ପଣ୍ଡା, ନିଲୁ ବିଷୋୟୀ, ସୁବ୍ରତ କୁମାର ଦାସ, ଦୀପକ କୁମାର ମହାନ୍ତି ପ୍ରଭୁତି ସାମ୍ବାଦିକ ଙ୍କ ଉପସ୍ଥିତି ରେ ସ୍ଵାଗତ ସମ୍ବର୍ଦ୍ଧନା କରି ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଥାନାଧିକାରୀ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ବଡ଼ଗଡ଼ ଥାନାରେ ସବ୍ଇନିକ୍ସ ପେକ୍ଟର୍ ଭାବେ ଅଢ଼େଇ ବର୍ଷ ରହିବା ପରେ ଆଇ.ଆଇ.ସି ରୂପେ ପଦୋନ୍ନତି ପାଇ ସେଠାରେ ୨ବର୍ଷ କାର୍ଯ୍ୟ କରିବା ପରେ ସେଠାରୁ ଜି. ଉଦୟଗିରି,ଫୁଲବାଣୀ ,ଟାଉନ ଥାନା‌ ପୁରୀ,ପାରାଦୀପ ଥାନା ଏବଂ କଟକ କ୍ରାଇମବ୍ରାଞ୍ଚରେ ୨ବର୍ଷ କାର୍ଯ୍ୟ କରିବା ପରେ ଆଜି ଭଞ୍ଜନଗର ଥାନାରେ ଅଇ.ଆଇ.ସି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଏଠାରେ ଆଇ.ଆଇ.ସି ଥିବା କୁମର ମୁଦୁଲି ଙ୍କର ରମ୍ଭା ଥାନାକୁ ବଦଳି ହୋଇଯାଇଛି। ନୂତନ ଭାବେ ଯୋଗ ଦେଇଥିବା ସବଇନ୍ସପେକ୍ଟର ସମୀର କୁମାର ସେଠୀ ଙ୍କୁ ମଧ୍ୟ ସେହି ଏକା ଦିବସ ରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭଞ୍ଜନଗର ଅଞ୍ଚଳରେ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ ଦେବା,ଅପରାଧ ନିୟନ୍ତ୍ରଣ କରିବା ସହ ପୋଲିସକୁ ଜନସାଧାରଣ କିପରି ସହଯୋଗ କରିବେ ସେ ବିଷୟରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ର ସଦସ୍ୟ ମାନେ ଆଲୋଚନା କରିଥିଲେ। ବିଶେଷ କରି ସହରର ସାହି ଗଳି କନ୍ଦିରେ ଦୃତ ଗତିରେ ବିଭିନ୍ନ ମଟୋର ଯାନ ଚଳାଇବା ଏବଂ ବିକଟାଳ ହର୍ଣ୍ଣ୍ ବଜାଇ ଗାଡି ସାଇଲେନ୍ସର୍ ଦ୍ଵାରା ଚମକ୍ ପ୍ରଦ ବାଣ ଫୁଟାଇ ଭୟଭୀତ କରୁଥିବା ଚାଳକ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା କରିଥିଲେ। କାରଣ ଯଦି ଏହା ରୋକା ନଯାଏ, ତେବେ ଛୋଟ ପିଲା, ହୃଦ୍ ରୋଗି ଙ୍କ ଜିବନ ହଠାତ୍ ରାସ୍ତାରେ ହିଁ ଟଳି ପଡ଼ିବେ।

Leave A Reply

Your email address will not be published.