ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜୟନ୍ତୀ ଉତ୍ସବ

2

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜନ୍ମୋତ୍ସବ ପାରଳାଖେମୁଣ୍ଡିର ସର୍ବପୁରାତନ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖାର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ , ମୁଖ୍ୟବକ୍ତା ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଡ.କଲ୍ୟାଣୀ ମିଶ୍ର ଯୋଗଦେଇ ଆପନ୍ନା ପରିଚ୍ଛାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସଭା କାର୍ଯ୍ୟ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ହୋଇଥିଲା।
ଭାରତୀୟ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା କାହିଁ ଅନାଦି କାଳରୁ ଚଳି ଆସୁଅଛି। ସର୍ବୋପରି ଏହାର ଆୟୋଜନ ଓଡ଼ିଶା ତଥା ପାରଳାରେ ମଧ୍ୟ ଦେଖିବାକୁ ମିଳେ। ସେହି ମହାନ ପୁରୁଷ , ଅମ୍ଳାନ ପ୍ରତିଭାଧାରଙ୍କ ଅନୁସରଣ କରି ଆମେ ଆମର ନୈତିକ ତଥା ପବିତ୍ର କର୍ତ୍ତବ୍ୟକୁ ପାଳନ କରିବା। ତେଣୁ ଏହି ଅବସରରେ ଓଡ଼ିଶାର ସ୍ୱନାମଧନ୍ୟ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜୟନ୍ତୀ ପାଳନ କରାଯାଉଛି। ଯାହାକି ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ବୋଲି ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠରେ କହିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ପୁସ୍ତକ “ଜାତୀୟ ଐତିହ୍ୟର ସ୍ମୃତି ସୌଧ ପରିଚ୍ଛା ମଠ” ଲୋକାର୍ପଣ କରିଥିଲେ।
ଏହି ଅବସରରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଅଧ୍ୟାପିକା ଡ.କଲ୍ୟାଣି ମିଶ୍ର ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ପ୍ରତିଭା ସମ୍ମାନ- ୨୦୨୫ ପ୍ରଦାନ କରାଯାଇଥିଲା।
ଏହି ସାରସ୍ଵତ ସଭାରେ ନାଟ୍ୟକାର ଆପନ୍ନା ପରିଚ୍ଛା ଶିଶୁ ପ୍ରତିଭା ସମ୍ମାନ- ୨୦୨୫ ଆପନ୍ନା ପରିଚ୍ଛା ବିଦ୍ୟାଳୟର ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ରୀ ସ୍ମୃତି ମଞ୍ଜରୀ ବର୍ଦ୍ଧନ , ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ କବି କୁସୁମ ଗୌରବ ଘନଶ୍ୟାମ ଜେନାଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ- ୨୦୨୫ ପ୍ରଦାନ କରାଯାଇଥିଲା।
ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ , ସୁଶ୍ରୀ ସ୍ନେହା ବେହେରା , ସ୍ନିଗ୍ଧାରାଣୀ ମିଶ୍ର ସମସ୍ତ ମାନପ‌ତ୍ର ପଠନ କରିଥିଲେ।
ଅତିଥି ଆବାହନ ଶ୍ରୀମତୀ ସୁଲତା ସୁଭଦର୍ଶିନୀ କରିଥିବା ବେଳେ ସୌଦାଗର ସିଅ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତ୍ରିପତି ପଣ୍ଡା , ବିଷ୍ଣୁ ପଣ୍ଡା ଙ୍କ ସମେତ ସ୍ମୃତି ସଂସଦର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.