ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ମାହାରପାଲି ଗାଁରେ ଗତକାଲି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ନିଆଁ ଗୋଟିଏ ପରିବାରର ସ୍ୱପ୍ନକୁ ଭାଙ୍ଗି ଦେଇଛି । ମିଲିôଥିବା ସୂଚନା ଅନୁସାରେ ଗାଇସିଲାଟ ଥାନା ମାହାରପାଲି ଗାଁର ଗୋଟିଏ ବିଳରେ ନଡା ପୋଡିବା ପାଇଁ ନିଆଁ ଲଗା ଯାଇଥିଲା । ସେହି ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଲା ଓ ବିଳ ନିକାଟରେ ରହିଥିବା ବନିତା ସୁନାଙ୍କ ଘର ପୋଡି ଯାଇଥିଲା । ଧାନ , ଚାଉଲ ଓ ତାଙ୍କ ପିଲାଙ୍କ ପାଠ ପଢା ସାମଗ୍ରୀ ସହ ଅତ୍ୟନ୍ତ ମୂଲ୍ୟବାନ ସାମଗ୍ରୀ ଏବଂ ଝିଅ ବାହା କରିବା ପାଇଁ ରଖିଥିବା ଟଙ୍କା , ସୁନା ଆଦି ପୋଡି ପାଉଁଶ ହୋଇଯାଇଛି । ଏ ବିଷୟରେ ବରଗଡ ସାଂସଦଙ୍କ ନିଦେ୍ର୍ଦଶକ୍ରମେ ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାହାରପାଲି ଗାଁ କୁ ଯାଇ ବନିତା ସୁନାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କୁ ରାସନ ଯୋଗାଇ ଦେବା ସହ ସରକାରୀ ସହାୟତା କିଭଲି ପାଇ ପାରିବେ ସେଥିପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବେ ବୋଲି କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବିପିନ ସାହୁ,ଯଜେ୍ଞଶ୍ୱର ପ୍ରଧାନ,ସଂଜୟ ଜରଜରିଆ,କୈଳାସ ଷଣ୍ଢ,ରବି ସାହୁ,ହେମନ୍ତ ବରିହା,ତନ୍ମୟ ସାହୁ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post