ବେଲଗୁଣ୍ଠାରେ ଭଞ୍ଜ ଜୟନ୍ତୀ ପାଳିତ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପ ପରିସରରେ ସତ୍ୟ ନାରାୟଣ ସ୍ୱାରଙ୍କ ସଭାପତିତ୍ୱରେ ଶ୍ରୀ ଲଷ୍ମୀନୃସିଂହ ଭକ୍ତି ସାତ୍ତ୍ଵିକ ମାନସିକ ମେଳା ତରଫରୁ ଭଞ୍ଜ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବ ପୂର୍ବତନ ପ୍ରାନ୍ତପାଳ ଭି. ଦେବୀପ୍ରସାଦ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଏନ ଏ ସି ଉପନଗରପାଳ ପ୍ରଶାନ୍ତ ସାହୁ,ମୁଖ୍ୟ ବକ୍ତା ଭାବେ କବି ସାହିତ୍ୟିକ ମୋତିଲାଲ ପତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ତଥା ହାସ୍ୟ କଳାକାର ଅଜିତ କୁମାର ପଣ୍ଡା, ବରିଷ୍ଠ କାଉଁସିଲର ଦିଲ୍ଲୀପ ଆଚାରୀ,ସାମ୍ବାଦିକ ସୁଶାନ୍ତ ବେହେରା,ଉପସଭାପତି ସନ୍ଧ୍ୟାରାଣୀ ପାଢ଼ୀ, ସହ ସମ୍ପାଦକ ଅନିଲ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଟି, ପୂର୍ଣ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ବରିଷ୍ଠ ଆଇନଯିଵି ସନ୍ତୋଷ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ସମସ୍ତ ଅତିଥି କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅଞ୍ଚଳର ବରିଷ୍ଠ କଳାକାର ମାନେ ଯୋଗଦେଇ ଭଞ୍ଜଙ୍କ ରଚିତ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ନିଶାକର ଶିଅ, ପୂର୍ଣଚନ୍ଦ୍ର ଶିଅ, ରଙ୍କନିଧି, ବନ୍ଦିତା ବେହେରା, ହରିକୃଷ୍ଣ ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ପ୍ରଧାନ, ରାମାନୁଜ ପଣ୍ଡା, ବିବେକାନନ୍ଦ ବେହେରା ସହଯୋଗ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଜଗନ୍ନାଥ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାଳିପ୍ରସାଦ ପଣ୍ଡା, ବୈଦ୍ୟନାରାୟଣ ମିଶ୍ର, ନୃସିଂହ ପ୍ରସାଦ ସ୍ଵାର, ବୁଲୁଦାସ, ପବିତ୍ର କୁମାର ପଣ୍ଡା ସହଯୋଗ କରିଥିଲେ।

Leave A Reply

Your email address will not be published.