ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଣ୍ଡିଗଡ ଠାରେ ଅନୁଷ୍ଠିତ ୩୧ ତମ ଜାତୀୟ ଆଡଭାନ୍ଚର -୨୦୨୫ ଫେସ୍ଟିଭାଲରେ ଗଜପତି ଜିଲ୍ଲାର ଶିବାଦତ୍ତ ବକ୍ସି ସମ୍ମାନିତ ହୋଇଛନ୍ତି। ଆସେସିଏସନ୍ ଅଫ୍ ଆଡଭାନ୍ଚର ଏନ୍ଡ ସୋସିଆଲ ଆକ୍ଟିଭିଟିସ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସର୍ଭିସ କମିଶନର ମୁଖ୍ୟ ଆୟୁକ୍ତ ମହାବୀର ସିଂ ଏବଂ ହରିୟାଣା ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ଏସ୍. ଚୌଧିରୀ ସମ୍ମାନିତ ଅତିଥି ତଥା ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହି ଶିବାଦତ୍ତ ବକ୍ସିଙ୍କୁ “ବେଷ୍ଟ ପେରଫରମାର୍” ଭାବେ ସମ୍ମାନିତ କରିଥିଲେ।
ହିମାଚଳ ପ୍ରଦେଶର ସୋଲାଂଗ ଠାରେ ହୋଇଥିବା ପର୍ବତ ଆରୋହଣ ତଥା ସମାଜ ସେବା ଏବଂ କଠିନ କାର୍ଯ୍ୟ ମିଶ୍ରିତ ପ୍ରତିଯୋଗିତାରେ ଓଡିଶାରୁ ୭ ଜଣ ପୁରୁଷ ଏବଂ ୭ ଜଣ ମହିଳା ଭାଗ ନେଇଥିଲେ।ସେଥିମଧ୍ୟରୁ ଶିବାଦତ୍ତ ନିଜର କୃତିତ୍ବ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ବିରଳ ସମ୍ମାନ ପାଇଁ ଏ ଏ ଏସ୍ ଏର ଓଡିଶା ଶାଖା ସଭାପତି ନାରାୟଣ ମହାନ୍ତି , ଉପଦେଷ୍ଟା ଅଶୋକ ମହାନ୍ତି , ଯୁଗ୍ମ ସଂପାଦକ ଶିବ ଶଙ୍କର ପଣ୍ଡା , ବିକ୍ରମ କେଶରୀ ଦାସ କୋଷାଧ୍ୟକ୍ଷ , ଆନ୍ତର୍ଜାତୀୟ ପର୍ବତ ଆରୋହଣକାରୀ ତଥା ଗଜପତିର ଗର୍ବ ଗଣେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲାରୁ ଚାରିଆଡୁ ତାଙ୍କୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି।
Sign in
Sign in
Recover your password.
A password will be e-mailed to you.
Next Post