ସୋହେଲା:- ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ଛକ ଠାରେ ଜୟ କିସାନ କୃଷକ ସଂଗଠନ ପକ୍ଷରୁ ଏକ କର୍ମୀ ବୈଠକ ବ୍ଲକ ସଭାପତି ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜୁଳି ସମସ୍ୟା କୁ ନେଇ ଚଳିତ ମାସ ୨୮ ତାରିଖ ଶୁକ୍ରବାର ଦିନ ତହସିଲଦାର ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହି ବୈଠକରେ ବିଜୁଳି ସମସ୍ୟା , ଧାନ ବିକ୍ରି ବ୍ଯବସ୍ଥା ରେ କଟଣି ଛଟଣି ଏବଂ ମିଲରମାନଙ୍କ ହସ୍ତକ୍ଷେପ ବନ୍ଦ କରିବା ସହିତ ନାନୋ ୟୁରିଆ ଓ ଡିଏପି କୁ ବାଧ୍ୟତାମୂଳକ ନ କରିବା ଏପରି ଦାବି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସଂଗଠନ ତରଫରୁ ଗତ ବି ଜେ ଡି ସରକାର ସମୟରୁ ଟାଟା ପାୱାର ର ଜୁଲୁମ ପ୍ରତିବାଦରେ ପର୍ଯାୟ କ୍ରମେ ଜିଲ୍ଲାବ୍ଯାପି ଆନ୍ଦୋଳନ କାର୍ଯ୍ୟକ୍ରମ କରାଯାଇଥିଲା। ଫଳସ୍ବରୂପ ଗତ ସାଧାରଣ ନିର୍ବାଚନ ରେ ରାଜନୈତିକ ଦଳମାନେ ଧାନ ରେ ବୋନସ୍ ଦେବା ଏବଂ ବିଜୁଳି ବିଲ ଛାଡ ଘୋଷଣା କରିବା ପାଇଁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ର ସରକାର ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍ପୁଟ ସହାୟତା ରାଶି ପ୍ରଦାନ କରିଛି ସତ କିନ୍ତୁ ମଣ୍ଡି ବ୍ଯବସ୍ଥା ଠିକ ନଥିବା କାରଣରୁ ଚାଷୀ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଧାନ ବିକ୍ରି ବ୍ଯବସ୍ଥା ରେ ମିଲମାଲିକଙ୍କ ହସ୍ତକ୍ଷେପ କାରଣରୁ ଚାଷୀ ଲୁଟ ର ଶୀକାର ହେଉଛି ତେଣୁ ମିଲରମାନଙ୍କ ହସ୍ତକ୍ଷେପ ବନ୍ଦ କରିବା ପାଇଁ ସରକାରଙ୍କୁ ଦାବି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ଡୋଲାମଣି ଭୋଇ, ତପୋବନ୍ତ ନାୟକ, ମୁରଲି ଭୋଇ, ଉମାକାନ୍ତ ସାହୁ, ପୁଷ୍ପରଂଜନ ସାହୁ, ଲକ୍ଷ୍ମଣ ପ୍ରଧାନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସଭା ଶେଷରେ ନିହାର ରଂଜନ ଖମାରୀ ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.