ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କର

0

 ବ୍ୟାସନଗରରୁ ବିଶ୍ୱଜିତ ମାଝୀ ଓ ଚଣ୍ଡିଖୋଲରୁ ପ୍ରଫୁଲ୍ଲ କୁମାର ସାହୁ :  ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ତରଫରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଦେଶରେ ବର୍ତ୍ତମାନ ଶ୍ରମିକମାରଣ ନୀତି ଏକ ଉଗ୍ର ରୂପଧାରଣ କରିଛି।କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶକୁ ପୁଞ୍ଜିପତି ମାନଙ୍କୁ ବିକ୍ରି କରିବାକୁ ଚାହୁଁଛନ୍ତି। ମୋଦି ଶାସନରେ ଗ୍ରାମାଞ୍ଚଳରେ ୭୫ ଭାଗ ପରିବାରରେ ମାସିକ ଆୟ ୫ ହଜାର ଟଙ୍କାରୁ କମ୍। ଦେଶରେ ୧ ଭାଗ ଧନୀ ମାନଙ୍କ ହାତରେ ମୋଟ ସମ୍ପତ୍ତିର ୬୦ ଭାଗ ଗଚ୍ଛିତ ହେଲାଣି। ବିଗତ ୪ ବର୍ଷରେ ସରକାରୀ ସମ୍ପତ୍ତି ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିକ୍ରି ହୋଇଛି। ସରକାରୀ ବ୍ୟାଙ୍କ ଗୁଡିକୁ ବେସରକାରୀ ମାଲିକାନା ହାତକୁ ଟେକି ଦିଆଯାଇଛି। ବ୍ୟାଙ୍କ ଗୁଡ଼ିକର ଅନାଦେୟ ଋଣ ୬ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ଟପିଲାଣି। ପୁଞ୍ଜିପତିମାନେ ଋଣ ଟଙ୍କା ପରିଶୋଧ କରୁନାହାନ୍ତି। ବର୍ଷକୁ୨ କୋଟି ଚାକିରୀ ଦେବାକୁ କହିଥିଲେ ମୋଦି ଏବେ ପକୁଡି ଛାଣିବାକୁ କହୁଛନ୍ତି। ଦେଶରେ ଥିବା ରିର୍ଜଭ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଏବଂ ସୁପ୍ରିମକୋର୍ଟ ଭଳି ସ୍ବାଧୀନ ସଂସ୍ଥା ମାନଙ୍କୁ ମୋଦି ସରକାର ନିଜ କବଜାକୁ ନେବାକୁ ଚାହୁଁଛନ୍ତି,ଯାହା ସମ୍ବିଧାନ ଉପରେ ଆକ୍ରମଣ। ବିମୁଦ୍ରିକାରଣ ଓ ଜିଏସଟି ଲାଗୁହେବା ଫଳରେ ଲକ୍ଷ ଲକ୍ଷ କଳକାରଖାନା ବନ୍ଦ ହୋଇଛି ଓ ଦେଶରେ ୭୦ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି। ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଯୋଗୁ ସମସ୍ତ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ବଢୁଛି। ଶ୍ରମିକ ଏବଂ ଦେଶର ସାଧାରଣ ଜନଗଣ ଜୀବନ ଧାରଣ କରିବା କଷ୍ଟକର ହୋଇଯାଇଛି। ମୁନାଫାଖୋର ପୁଞ୍ଜିପତି ଓ ସରକାର ମଧ୍ୟରେ ଅଶୁଭ ବୁଝାମଣା ହୋଇଛି। ବର୍ତ୍ତମାନ ସରକାରୀ ନୀତି ହେଉଛି ଶିଳ୍ପପତିମାନଙ୍କ ମୁନାଫା ବଢୁ ଓ ସାଧାରଣ ଜନଗଣଙ୍କ ଉପରେ ଟିକସ ବଢୁ। ଆମ ଦେଶର କୃଷିକ୍ଷେତ୍ରରେ ଦ୍ଵିତୀୟ ଶ୍ରମ ବହୁଳ କ୍ଷେତ୍ର ହେଲା ନିର୍ମାଣ କ୍ଷେତ୍ର। ନିର୍ମାଣ କ୍ଷେତ୍ରରେ କାମ କରୁଥିବା ପଞ୍ଜିକୃତ ଶ୍ରମିକ ମାନଙ୍କ ସଂଖ୍ୟା ୩ କୋଟିରୁ ଅଧିକ। ଆମ ରାଜ୍ୟରେ ପ୍ରାୟ ୨୨ ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକ କମ କରୁଛନ୍ତି। ସମସ୍ତ ପଞ୍ଜିକୃତ ଶ୍ରମିକ ସହାୟତାରୁ ବଞ୍ଚିତ ହେଉଛନ୍ତି। କେଦ୍ର ସରକାର ତଥା ରାଜ୍ୟ ସରକାର ନିର୍ମାଣ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ରାଜ୍ୟ ସରକାର ସହାୟତା ରାଶିକୁ ବଣ୍ଟନ ନକରି ଦଳୀୟ ରାଜନୈତିକ ସ୍ୱାର୍ଥରେଖର୍ଚ୍ଚ କରୁଛନ୍ତି। ବର୍ଷ ବର୍ଷ ଧରି ପଡି ରହିଥିବା ଆବେଦନ ପତ୍ର ପଞ୍ଜିକୃତ ହେଉନାହିଁ କିମ୍ବା ସହାୟତା ମିଳୁନାହିଁ । ଏହିସବୁ ଜନବିରୋଧି ନୀତି ଏବଂ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସମସ୍ତ ସ୍ୱାଧୀନ ଫେଡେରେସନ ମାନଙ୍କ ଡ଼ାକରାରେ ଆସନ୍ତା ୮-୯ଜାନୁୟାରୀ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟକୁ ସଫଳ କରିବାକୁ ନିବେଦନ।

Leave A Reply

Your email address will not be published.