ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ପଲ୍ଲବ” ୨୦୨୪- ୨୫ ଆୟୋଜିତ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବପଲ୍ଲବ” ୨୦୨୪ – ୨୫ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଭାପତି , ଜିଲ୍ଲା ପରିଷଦ , ଗଜପତି ଶ୍ରୀଯୁକ୍ତ ଗାୱାରା ତିରୁପତି ରାଓ ଯୋଗଦେଇ ବିଦ୍ୟାଳୟର ଭୌତିକ , ଶୈକ୍ଷିକ ଓ ପାରସ୍ପରିକ ସମ୍ପର୍କ ତଥା ଅନୁଷ୍ଠାନର ଉତ୍ତମ ପରିଚାଳନାକୁ ଭୂୟସୀ ପ୍ରଶଂସା କରିବା ସହ ଶିକ୍ଷାର୍ଥୀମାନଙ୍କୁ ସୁନାଗରିକ ହେବା ନିମନ୍ତେ ଆଶ୍ରୀବଚନ ରଖିଥିଲେ।
ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ , ଗଜପତି ଶ୍ରୀଯୁକ୍ତ ଡାକ୍ତର ମୁର୍ମୁ , ବିଶିଷ୍ଟ ଅତିଥି ରୂପେ ପଦ୍ମପୁର , ବିନୋଦିନୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ସମ୍ମାନୀତ ଅତିଥି ରୂପେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା , ଶ୍ରୀମତୀ ସୁନେମି ମଣ୍ଡଳ , ଉପାଧ୍ୟକ୍ଷ , ପଞ୍ଚାୟତ ସମିତି , ଗୁମ୍ମା ଶ୍ରୀ ଶୋଭନାପୁରମ୍ ଶ୍ରୀନିବାସ ରାଓ , ଜୀବା ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୁଲୁ ରବିକୁମାର , ଗୁମ୍ମା , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଅତି ସୁନ୍ଦର ଭାବରେ ସାମାଜିକ ମୂଲ୍ୟବୋଧ ଭିତ୍ତିକ ନୈତିକ ଶିକ୍ଷା ଓ ଭଲ ମଣିଷଟିଏ ହେବା ପାଇଁ ବାର୍ତ୍ତା ରଖିଥିଲେ।
ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ଜାନୀ ରାମ ଶବର ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ମିନାକ୍ଷୀ ପାଢ଼ି ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।
ଏହି ଅବସରରେ ପୂର୍ବରୁ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ ଅନ୍ୟ ସହ ଶୈକ୍ଷିକ କାର୍ଯ୍ୟାବଳୀରେ କୃତିତ୍ବ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଆଦରଣୀୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସର୍ବଦିଗରେ ଉଲ୍ଲେଖନୀୟ ଅବଦାନ ହେତୁ ସଲମାନ ନାୟକଙ୍କୁ ଚଳିତ ଶିକ୍ଷାବର୍ଷର ଆଦର୍ଶ ଶିକ୍ଷାର୍ଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟକୁ ଭୂଦାନ କରିଥିବା ଜୀବା ଗ୍ରାମର ଶୋଭାନାପୁରମ୍ ପରିବାରର ବରିଷ୍ଠ ବ୍ୟକ୍ତି ବୃନ୍ଦ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ , ସହକାରୀ ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ , ରମାକାନ୍ତ ପଟ୍ଟନାୟକ ଓ ବୋମାଲି ରାମାକ୍ରିଷ୍ଣାଙ୍କୁ ସମ୍ମାନୀତ କରିଥିଲେ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ଶ୍ରୀ ରମାକାନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ।
ଶ୍ରୀ ବି. ରାମକ୍ରିଷ୍ଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.