ଦିଲ୍ଲୀ ବିଜୟ ପରେ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

0 1

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଆଜି ବିଜେପି ଦିଲ୍ଲୀ ପ୍ରଦେଶ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ପ୍ରଦେଶ ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି।

Imageସୂଚନାଯୋଗ୍ୟ, ଦିଲ୍ଲୀରେ ଦୀର୍ଘ 27 ବର୍ଷ ପରେ ବିଜେପି କ୍ଷମତାକୁ ଆସିବାରେ ସଫଳ ହୋଇଛି। ଏନେଇ ବୈଜୟନ୍ତ ପଣ୍ଡାଙ୍କ ସଫଳ ଗୋଟି ଚାଳନା ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜିର ବୈଠକରେ ଦିଲ୍ଲୀ ମୁକୁଟ କିଏ ପିନ୍ଧିବ ସେ ନେଇ ନିଷ୍ପତି ନିଆଯାଇପରେ। ଏହା ସହ ଦଳ ଦିଲ୍ଲୀ ବାସୀ ଙ୍କ ଆଶା ଓ ଆକାଂକ୍ଷା କିପରି ପୂରଣ କରିବ , ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କିପରି ପୂରଣ କରିବ ଏବଂ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସାରା ଦିନ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ସ୍ବାଗତ କରିଥିଲେ। ବୈଠକରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଦିଲ୍ଲୀ ପ୍ରଦେଶ ସଭାପତି, ନବନିର୍ବାଚିତ ବିଧାୟକ ଓ ଅନ୍ୟ ପଦାଧିକାରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Image

Leave A Reply

Your email address will not be published.