ଅସ୍ତରଙ୍ଗ୧୧/୨ ବିଭିନ୍ନ ବିଦ୍ୟାଳୟ ର ବହୁମୁଖୀ ଉନ୍ନୀତ ସାଧନା ପାଇଁ ରାଜ୍ୟ ସରକାର ଅନେକ ବିକଳ୍ପ ବ୍ୟବସ୍ଥା ଆଣିଛନ୍ତି ମାତ୍ର ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ କେଉଟଜଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଭିତିଭୂମି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ରହିଛି । ଯାହାକୁ ନେଇ ଉକ୍ତ ଗ୍ରାମ ର ତ୍ରିନାଥ ଭୋଳ, ବିପିନ ମୁରୁଣୀ, ପ୍ରଦୀପ୍ତ ବିଶ୍ୱାଳ ଙ୍କ ସହିତ ଅନେକ ଗ୍ରାମବାସୀ ଆଣିଛନ୍ତି ଅଭିଯୋଗ । ଅଭିଯୋଗ ମୁତାବକ ୧୫ ବର୍ଷ ର ଏହି ପ୍ରାଥମିକ ବିଦ୍ୟାଳୟ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ରେ କୌଣସି ରଙ୍ଗ କାର୍ଯ୍ୟ ହୋଇନାହିଁ, ବିଦ୍ୟାଳୟ ରେ ରୋଷେଇ ଗୃହ କୁ ନେଇ ସମ୍ପୂର୍ଣ୍ଣ ୪ ଗୋଟି କକ୍ଷ ରହିଛି ମାତ୍ର ପ୍ରତ୍ୟେକ କୋଠରୀ ରେ ଅବ୍ୟବସ୍ଥା, କେଉଁଠି ତଳ ଚଟାଣ ଫାଟି ମାଟି ଗଦା ହୋଇଛି ତ ଆଉ କେଉଁଠି ଛାତ ଫାଟି ସିମେଣ୍ଟ ଢ଼ଳେଇ ଖସିଲାଣି । ଅତୀତ ରେ ଛାତ ତାଜା ରୁ ସିମେଣ୍ଟ ଢ଼ଳେଇ ଖସି କିଛି ଛାତ୍ର ଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି, ଯାହାକୁ ନେଇ ଗ୍ରାମବାସୀ ମତାମତ ଦେଇଛନ୍ତି,ଜେ ପରିବେଶ କହିଲେ ବିଦ୍ୟାଳୟ ଚତୁଃପାର୍ଶ୍ୱ ରେ ନାଳ ନର୍ଦ୍ଧମା ଜମିଛି ଯେଉଁଠି ମଶା ମାଛି ଙ୍କ ବଂଶବୃଦ୍ଧି ହେଉଛି, ଏହି ପରିବେଶ ରେ କୋମଳମତି ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପଟେ ବିଦ୍ୟାଳୟ ନିକଟରେ ବିଦ୍ୟାଳୟ ତରଫରୁ ୨ ଗୋଟି ଶୌଚାଳୟ କରାଯାଇଛି ମାତ୍ର ପାଣି ସଂଯୋଗ ନଥିବାରୁ ଏହି ଶୌଚାଳୟ କାର୍ଯ୍ୟକ୍ଷମ ହେଇପାରିନାହିଁ । ବର୍ଷା ହେଉ କି ଖରା ଛୋଟ ଛୋଟ ପିଲା ମାନଙ୍କ ର ଶୌଚାଳୟ ଆବଶ୍ୟକ ହେଲେ ସେମାନେ ନିକଟ ପଡିଆ କୁ ଯାଇଥାନ୍ତି l ଆଗକୁ ଗ୍ରୀଷ୍ମପ୍ରବାହ ଆସୁଛି ଏବେଠୁ ଉପକୂଳ ଜଳବାୟୁ ର ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି, ମାତ୍ର ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟ କୁ କୌଣସି ସରକାରୀ ପଞ୍ଜିକରଣ ବିଦ୍ୟୁତ ସଂଯୋଗ ହୋଇନାହିଁ । ଯାହାକି ଫଳରେ ପଙ୍ଖା ଲାଗିଛି ମାତ୍ର ବିଦ୍ୟୁତ ନଥିବାରୁ ଏହା ମଧ୍ୟ ଅଚଳଅବସ୍ଥା । ମଧ୍ୟାହ୍ନ ଭୋଜନ ରେ ମଧ୍ୟ ଅନିୟମିତତା ଏହି ବିଦ୍ୟାଳୟ ସମସ୍ୟା ସାମ୍ନା କୁ ଆସିଥିବା ବେଳେ ଏହି ଘଟଣା ସମ୍ପର୍କ ରେ ଆମେ ଗ୍ରାମବାସୀ ଙ୍କ ଅଭିଯୋଗ ବିଦ୍ୟାଳୟ ପ୍ରାଧନଶିକ୍ଷକ ଅଶୋକ କୁମାର ବାରିକ ଙ୍କୁ ପଚାରିବାରୁ ସେ ଓଲଟା ଅଭିଯୋଗ ଗ୍ରାମବାସୀ ଙ୍କ ବିରୁଦ୍ଧରେ ଆଣିଛନ୍ତି । ତାଙ୍କ କହିବା ମୁତାବକ ଆମ ବିଦ୍ୟାଳୟ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ଚାଲିଛି ମାତ୍ର ଏଠି ଗ୍ରାମବାସୀ ଙ୍କ ସହଯୋଗ ଅଭାବ ରୁ ବିଦ୍ୟାଳୟ ଉନ୍ନତି ରେ ବାଧା ଆସୁଛି । ସେଥିପାଇଁ ଆଜି ପ୍ରାୟତଃ ୩୦ ଜଣ ଗ୍ରାମବାସୀ ବିଦ୍ୟାଳୟ କୁ ପିଲା ମାନଙ୍କୁ ନଛାଡି ପ୍ରଧାନ ଶିକ୍ଷକ ଅଶୋକ ବାରିକ ଙ୍କୁ ଅଟକ ରଖି ବିଦ୍ୟାଳୟ ବିକାଶ ଉପରେ ଆଲୋଚନା କରିଥିଲେ । ଘଟଣା ସ୍ଥଳରେ ଶିଶୁଅ ପଞ୍ଚାୟତ କ୍ଲଷ୍ଟର ସିଆରସିସି ଶିବ ଚରଣ ଖଟୋଇ ପହଞ୍ଚି ଉଭୟ ଗ୍ରାମବାସୀ ଓ ପ୍ରଧାନଶିକ୍ଷକ ଙ୍କ ସହିତ ଆଲୋଚନା କରିଵା ସହିତ ମତାମତ ଦେଇଛନ୍ତି ଯେ ଏହି ଘଟଣା ସମ୍ପର୍କ ରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଯାଇ ତୁରନ୍ତ ବିଦ୍ୟାଳୟ ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଏବେ ଦେଖିବାକୁ ବାକି ରହିଛି କେବେ ପ୍ରଶାସନ ର ଏହି ସୁନାମି ପ୍ରପୀଡ଼ିତ ପ୍ରାଥମିକ ବିଦ୍ୟାଳୟ ଭିତିଭୂମି ବିକାଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବ ।
Sign in
Sign in
Recover your password.
A password will be e-mailed to you.
Prev Post