କୁଚିଣ୍ଡା ୧୧।୨(ଲିପନ ନାଏକ ):ଜମନକିରା ବ୍ଲକ ଡ଼ୁମେରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛେପ୍ରାବେଡା ଗ୍ରାମ ଅଙ୍ଗନବାଡି ରସୋଈୟା ଚୟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଅଙ୍ଗନବାଡି ସମ୍ମୁଖରେ ଧାରଣା ଦେଇ ଥିଲେ ଗ୍ରାମ ବାସି। ଅଭିଯୋଗ ଅନୁଯାଇ ଛେପ୍ରାବେଡା ଗ୍ରାମ ଅଙ୍ଗନବାଡି ରସୋଈୟା ପାଇଁ ଗ୍ରାମର ୬ଜଣ ଆବେଦନ କରିଥିଲେ ହେଲେ ଗ୍ରାମର ମହିଳାଙ୍କୁ ଚୟନ କରା ନ ଯାଇ ଅନ୍ୟ ଗ୍ରାମର ଜଣେ ଯୁବତୀଙ୍କୁ ଚୟନ କରାଯାଇଛି। ଗ୍ରାମ ବାସୀଙ୍କ କହିବା ଅନୁଯାଇ ଉକ୍ତ ଯୁବତୀ ଜଣକ ଯୁକ୍ତ ୩ ରେ ପାଠ ପଢ଼ୁଥିବା ବେଳେ କିଭଳି ତାଙ୍କୁ ଚୟନ କରାଯାଇଛି। ସେହିପରି ଉକ୍ତ ଯୁବତି ଜଣକ କାଦୋଗଡ଼ ଗ୍ରାମର ଥିବା ସତ୍ୱେ ତାକୁ ଚୟନ କରାଯାଇଛି। ଗ୍ରାମର ପ୍ରଭାତୀ ଠାକୁର ଙ୍କ କହିବା ଅନୁଯାଇ ଗତ ଅକଟୋବର ୨୦୨୪ରୁ ଜମନକିରା ସ.ଡ଼ି.ପି.ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସ.ଡ଼ି.ପି.ଓ କିଛି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ଏ ପରିକି ଉକ୍ତ ଯୁବତୀ ଜଣକ ନିୟୋଜିତ ହେବା ଦିନଠୁଁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କୁ ଆସୁ ନାହାନ୍ତି ଓ ତାଙ୍କୁ ପ୍ରତିମାସ ଦରମା ପ୍ରଦାନ କରାଯାଉଛି। ଏ ସବୁ ସ.ଡ଼ି.ପି.ଓ ଙ୍କୁ କହିଲେ ସ.ଡ଼ି.ପି.ଓ ଓଲଟା ଧମକ ଦେଉଛନ୍ତି କି ତୁମେମାନେ ଯାହା କରିବ କର ମୁଁ ୧ ଲକ୍ଷ୍ୟ ୫୦ ହଜ଼ାର ଟଙ୍କା ଦରମା ପାଉଛି ମୁଁ ମୋ ପାଇଁ କାମ କରିବି ତୁମକୁ କେଶ କରିବାର ଅଛି ହେଲେ କର। ସେହିପରି ଗ୍ରାମର ହେମଲତା ନାଏକ ଙ୍କ କହିବା ଅନୁଯାଇ ଆମ୍ଭେ ଗ୍ରାମବାସୀ ଅଭିଯୋଗ ପରେ ଜମନକିରା ତହସିଲଦା କତୃପକ୍ଷ ଏଠାକୁ ଆସି ଉକ୍ତ ଯୁବତୀ ଙ୍କ ରେସିଡେଣ୍ଟ ଯାଞ୍ଚ କରିଥିଲେ ଓ ତାହା ନିକ୍ତିମାଲ ଫରେଷ୍ଟ ଅଧୀନରେ ଥିବା ପ୍ରକାଶ କରିଥିଲେ ହେଲେ ମଧ୍ୟ ସ.ଡ଼ି.ପି.ଓ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ବୋଲି କହିଛନ୍ତି। ଧାରଣାରେ ପଶିଲା ପରେ ମଧ୍ୟ ସ.ଡ଼ି.ପି.ଓଙ୍କ ଦେଖା ନ ମିଳିବାରୁ ଗ୍ରାମବାସୀ ଏ ସମ୍ପର୍କ ରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ସମ୍ବଲପୁର ଜିଲ୍ଲା ପାଳଙ୍କୁ ଏବଂ କୁଚିଣ୍ଡା ଏସ.ଡ଼ି.ପି.ଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ସ.ଡ଼ି.ପି.ଓ ଏହାର ସମାଧାନ କରୁନାହାନ୍ତି ଏଣୁକରି ଗ୍ରାମବାସୀମାନେ ୧୩ ତାରିଖ ରୁ ଅଙ୍ଗନବାଡି ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକାଇବାକୁ ବାଧ୍ୟ ହେବେ। ଏ ସମ୍ପର୍କ ରେ ଜମନକିରା ସ.ଡ଼ି.ପି.ଓ ମମତା ପଟେଲଙ୍କୁ ପଚାରିବାରୁ ଏହାକୁ ଖଣ୍ଡନ କରିଥିଲେ ଓ କହିଛନ୍ତି ଯେ ଉପଜିଲ୍ଲାପାଳ ଙ୍କୁ ଏ ସମ୍ପର୍କ ରେ ମୁଁ ଜଣାଇଛି ଓ ସେ ତଦନ୍ତ କରି ଏହାର ଉଚିତ ପଦକ୍ଷେଫ ନେବେ।
Sign in
Sign in
Recover your password.
A password will be e-mailed to you.
Next Post