ଅଚାନକ ପଂଚାୟତ କାର୍ଯ୍ୟାଳୟରେ ପଶି ଖାତା ଯାଞ୍ଚ କଲେ ବିଧାୟକ ଜାକବ

0

ଲୋକଙ୍କୁ ଭେଟିଲେ, ଅଭିଯୋଗ ପାଇବା ପରେ କର୍ମଚାରୀଙ୍କୁ ତାଗିଦ କଲେ 

ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ :  ଘୁ  ଉଦୟଗିରି ବିଧାୟକ ଜାକବ ପ୍ରଧାନ ୭ ତାରିଖରେ ଘୁ ଉଦୟଗିରି ବ୍ଲକର ତୋଲରୀମାହା ଗ୍ରାମ ପଞ୍ଚଯାତର ବିଭିନ୍ନ ଅଂଚଳ ବୁଲି ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି |  ଏହି ସମୟରେ ବିଧାୟକ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଖାତାପତ୍ର ଯାଞ୍ଚ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ଯୋଜନା ପ୍ରଦାନ ପାଇଁ କର୍ମଚାରିଙ୍କୁ ନିର୍ଦେଶ ଦେଇଥିଲେ | ବିଧାୟକ ଏହି ସମୟରେ ପ୍ରଧାନପଡା ଗୋଟାମାହା ତୋଲରୀମାହାରେ କର୍ମୀମାନଙ୍କ ସହ ସାକ୍ଷାତ କରିଥିଲେ ଗ୍ରାମପଂଚାୟତରେ ହେଉ ଥିବା ଦୁର୍ନୀତି ସମ୍ପର୍କରେ ଅଂଚଳ ବାସିଙ୍କ ଠାରୁ ଶୁଣିବା ପରେ କ୍ଷୁଧ୍ଵ ହେବା ସହ ଏହି ପରି ପୁନଃ ନକରିବା ପାଇଁ ପଞ୍ଚଯାତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ | ଅଂଚଳବାସୀ  ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ବିଧାୟକଙ୍କ ସମୁଖରେ ବଖାଣିଥିଲେ | ଏହି ସମ୍ପର୍କରେ ବିଧାୟକ ସରକାରଙ୍କ ପାଖରେ ସ୍ୱର ଉତ୍ତୋଳନ କରୁଛନ୍ତି  ଏବଂ ସ୍ୱର ଉତ୍ତୋଳନ କରିବେ ବୋଲି ଅଞ୍ଚଳବାସୀଙ୍କୁ  ପ୍ରତିଶୃତି ଦେଇ ଥିଲେ |  ଘୁ ଉଦୟଗିରି ବିଧାୟକ ଗୋଟାମାହା ଗ୍ରାମ ଠାରେ ଜଣେ ଶଯ୍ୟାଗତ ରୋଗିଣାଙ୍କୁ ଭେଟିଥିଲେ | ଵିଧାୟକ ତୋଲରୀମାହା ଗ୍ରାମ ପଂଚାୟତ ଗୋତମହା ଠାରେ ଶୋଭାଜନ ଚନ୍ଦନ ନାମକ ଶଯ୍ୟାଶାୟୀ  ରୋଗୀଣାଙ୍କୁ ଭେଟି ଚିକିତ୍ସା  ପାଇଁ ସରକାରୀ ସାହାଯ୍ୟ ଯୋଗାଇବା ସକାଶେ ପ୍ରତିଶୃତି ମଧ୍ୟ ଦେଇଥିଲେ 

Leave A Reply

Your email address will not be published.