ଝାରବନ୍ଧ ମହାବିଦ୍ୟାଳୟରେ ବେଆଇନ ନିଯୁକ୍ତି ବିରୁଦ୍ଧରେ ଦାବୀପତ୍ର ପ୍ରଦାନ  ।

0

ପଦ୍ମପୁର/ନୀଳ ଦୀପ : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମହାବିଦ୍ୟାଳୟରେ ବେଆଇନ ଭାବରେ କର୍ମଚାରୀ ନିଯୁକ୍ତିର ଅଭିଯୋଗରେ ସ୍ଥାନିୟ ଯୁବକ ପଦ୍ମପୁର ଉପ-ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପଦ୍ମପୁର ଉପ-ଜିଲ୍ଲାପାଳ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଜନ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ସ୍ଥାନୀୟ ଯୁବକ ମାନେ ଝାରବନ୍ଧ ଗ୍ରାମରେ ଏକ ରାଲି  କରି ଝାରବନ୍ଧ ମହାବିଦ୍ୟାଳୟରେ ବିଗତ ଚାରି ବର୍ଷରେ ଅଣଶିକ୍ଷକ ପଦବିରେ ହୋଇଥିବା କର୍ମଚାରୀ ନିଯୁକ୍ତି ଗୁଡିକ ଲୁକାୟିତ ଏବଂ ବେଆଇନ ଭାବରେ କରାଯାଇଥିବା ଅଭିଯୋଗକରିଥିଲେ  । ଏହା ଫଳରେ ଅଂଚଳର ବହୁ ଶିକ୍ଷିତ ଏବଂ ଆଶାୟୀ ଯୁବକ ଯୁବତୀ ମାନେ ବେରୋଜଗାର ଭାବରେ ରହିଯାଉଛନ୍ତି ବୋଲି ଜଣାଇଥିଲେ ଏବଂ ଏକ ଦାବିିପତ୍ର ପ୍ରଦାନ କରିଥିଲେ  ।  ଏହାସହ ସହ ପୂର୍ବ ନିଯୁକ୍ତିକୁ ବାତିଲ କରି ପୁନଃ ଚୟନ କରିବା ସହ ପାଇଁ ଦାବୀ କରିଥିଲେ । ଦାବୀପତ୍ର ପାଇବା ପରେ ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର  ସମସ୍ୟା ପ୍ରତି ଶୀଘ୍ର ଧ୍ୟାନ ଦେବେ ଓ ଉଚିତ ପଦକ୍ଷେପ ଦେବେବୋଲି ପ୍ରତିଶୃତି ଦେଇଥିଲେ  ବୋଲି ଆବେଦନକାରୀ  କୌଶିକ କୁମାର ସାହୁ ଓ ସ୍ଥାନୀୟ ଯୁବନେତା  ମୁଜଫର ହୁସେନ କହିଛନ୍ତି | 

Leave A Reply

Your email address will not be published.