ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫:ଦ୍ବିତୀୟ ସନ୍ଧ୍ୟାରେ ପରିବେଷିତ ହେଲା ଚିତ୍ତାକର୍ଷକ ବିଦ୍ୟାଳୟସ୍ତରୀୟ ନୃତ୍ୟସଙ୍ଗୀତ

0

ଓଡ଼ଗାଁ, ୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଶୁକ୍ରବାର ୨ୟ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ସ୍ତରୀୟ ନୃତ୍ୟ ସଙ୍ଗୀତ ଥିଲା ଅତ୍ୟନ୍ତ ମନୋରମ । ଏବଂ ବିଭିନ୍ନ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଗୁଡିକର କଳାକାର ମାନଙ୍କ ଦ୍ବାରା ସୃଜନଶୀଳ ଅଭିନୟ ମଧ୍ୟ ଦର୍ଶକଙ୍କୁ ଅଭିଭୁତ କରିଥିଲା । ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ସଭାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ ଯୋଗ ଦେଇଥିଲେ । ଦୈନନ୍ଦିନ ଜୀବନ ଶୈଳୀର ଜୀବନ ଜୀବିକା ମଧ୍ୟରୁ କିଛି ସମୟ ପାଇଁ ବାହାରି ଆସି ମନକୁ ଆନନ୍ଦ ଉଲ୍ଲାସରେ ଭରିଦେବା ପାଇଁ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଆବଶ୍ୟତାକୁ ଅଞ୍ଚଳ ବାସୀ ଏବେ ହୃଦୟଙ୍ଗମ କରି ସାରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଶିଶୁ କଳାକାର ମାନଙ୍କ ଦ୍ବାରା ନୂତନ କରି ଓଡ଼ଗାଁ ବ୍ଳକର ଜାମୁକୋଣରେ ବିରିଜିତ ମା’ ବୈଷ୍ଣୋଦେବୀଙ୍କ ଆଧାରିତ ନୃତ୍ୟ ସଙ୍ଗୀତରେ ଦର୍ଶକ ମାନେ ଭକ୍ତିଭାବରେ ବୁଡିଯାଇଥିଲେ । ଏଥିସହିତ ସ୍ଥାନୀୟ ବିଭିନ୍ନ ନୃତ୍ୟାନୁଷ୍ଠାନ ମାନଙ୍କର ପରିବେଷଣ ଥିଲା ଉଚ୍ଚକୋଟୀର । ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ଭୁବନେଶ୍ବରର ଶ୍ଳିପୀକା ଡ୍ୟାନ୍ସଗୃପ ନୃତ୍ୟ ସଙ୍ଗୀତରେ ନାଚି ଉଠିଥିଲେ ଦର୍ଶକ । ଆସନ୍ତାକାଲି ଶନିବାର ଓଡ଼ଗାଁ ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ମନଭରି ଉପଭୋଗ ପାଇଁ ପରିଚାଳନା କମିଟି ସଭ୍ୟମାନେ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.