ବହୁ ବର୍ଷ ପରେ ପାଳିତ ହେଲା ଡୁମୁରିଆ ସରକାରୀ ଉଚ୍ଚ ପ୍ରା ଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଡୁମୁରିଆ ପଂଚାୟତ ର ସରକାରୀ ଉଚ୍ଚ ପ୍ରା ଥମିକ ବିଦ୍ୟାଳୟ ରେ ବହୁ ବର୍ଷ ପରେ ପାଳିତ ହେଲା ବାର୍ଷିକ ଉତ୍ସବ ପ୍ରେ ର ଣା ୨୦୨୪-୨୦୨୫.ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଥିଲେ ସଦର ବ୍ଲକ ଶିକ୍ଷାଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ ଅଚାରୀ ଶବର( ବି ଇ ଓ), ଭବାନୀପାଟଣା, ହୃଷିକେଶ ନାଏକ, ଜଗଦିଶ ମୁଣ୍ଡ ଅତିରିକ୍ତ ବି ଇ ଓ, ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ ଜିଲ୍ଲା ପରିଷଦ ଜୋନ ୧.ଶ୍ରୀଯୁକ୍ତ ସଂଜୀବ କୁମାର ମିଶ୍ର ଡୁମୁରିଆ ସରପଞ୍ଚ, ଅଶୋକ କୁମାର ଭୋଇ, ପ୍ରଧାନ ଶିକ୍ଷକ ଡୁମୁରିଆ ହାଇସ୍କୁଲ. ଦୁଷ୍ମନ୍ତ ମାଝୀ, ଶ୍ରୀଯୁକ୍ତ ଟଙ୍କଧର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ମଞ୍ଚାସିନ ଥିବା ବେଳେ ବହୁ ବର୍ଷ ପରେ ଆୟୋଜିତ କରିଥିବା ବାର୍ଷିକ ଉତ୍ସବ ପ୍ରେ ରଣା ୨୦୨୪-୨୦୨୫ର ଡୁମ ରିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରାକାର ଶବର ଙ୍କ କରକମଳରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ଶ୍ରୀ ଶବର ଅଭିଭାଷଣ, ସ୍ୱାଗତ ସମ୍ବୋଧନ ପ୍ରଦାନ କରିଥିଲେ. ବିଦ୍ୟାଳୟ ରେ ଅଞ୍ଚଳ ର ଛାତ୍ର ଛାତ୍ରୀ ମାନେ, ଅଭିଭାବକ, ବୁଦ୍ଧିଜୀବୀ ପୂର୍ବତନ ଶିକ୍ଷକ, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ. ମଞ୍ଚରେ ବିଦ୍ୟାଳୟ ର ବିବରଣୀ ପଠନ କରାଯାଇଥିଲା, ଏହି ବିଦ୍ୟାଳୟ ୧୯୫୩ବର୍ଷ ରୁ ଆରମ୍ବ ହୋଇ ଥିଲା ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଥିଲା, ୨୦୦୨ରୁ ୭ମ ଓ ବର୍ତମାନ ୮ମ ଶ୍ରେଣୀ ଚାଲୁଛି , ୧୩୯ଜଣ ଛାତ୍ର ଛାତ୍ରୀ, ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟରତ ରହିଛନ୍ତି. ବିଦ୍ୟାଳୟ ର ଶ୍ରେଣୀ ଗୃହ କୁ ବିଭିନ୍ନ ଜନ ପ୍ରତିନିଧି ଙ୍କ ପାଣ୍ଠି ରୁ ନିର୍ମାଣ ହୋଇଥିବା ପ୍ରକାଶ, ଏହି ଅବସର ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରାକାର ଶବର ତାଙ୍କ ଅଭି ଭାଷଣ ରେ ସ୍କୁଲ ର ପ୍ରଗତି ପାଇଁ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ଙ୍କ ଅନୁଦାନ ପ୍ରଦାନ କରିବା କୁ ଅନୁରୋଧ କରିଥିଲେ ଏବଂ ସରପଞ୍ଚ ଓ ଜିଲ୍ଲାପରିଷ ସହଯୋଗ କରିବାକୁ ପ୍ରତିଶୃତି ପଦାନ କରିଥିଲେ. ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା, ପାଠ ପଡ଼ାରେ ନିଷ୍ଠା ପର ହୋଇ ଉର୍ନ୍ନତି କରିବାକୁ ପରାମର୍ଶ ଦେଇ ଥିଲେ, ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ କୁ ପ୍ରାୟ ବ୍ୟବହାର ନ କରିବାକୁ ଅଭିଭାବକ, ମା ମାନଙ୍କୁ ଅନୁରୋଧ କରିବା ସହ ପରାମର୍ଶ କରିଥିଲେ, ଛାତ୍ର ଛାତ୍ରୀ ଙ୍କ କଳା କୁ ନୃତ୍ୟ, ଗୀତ, ଇତ୍ୟାଦି ରେ କୃତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ, ଏବଂ ନୃତ୍ୟ ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷକ ନିରାକାର ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .

Leave A Reply

Your email address will not be published.