ଲୋକଙ୍କୁ ସଚେତନ କରିବାକୁ ବାହାରିଲା ରଥ : ଇଭିଏମ ଭିଭି ପାଟ ଉପରେ ଭୋଟରଙ୍କୁ ସଚେତନ ପାଇଁ ୧୪ଟି ଏବଂ କାଳିଆ ପାଇଁ ୫ଟି 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ସାଧାରଣ ନିର୍ବାଚନ ସମୟରେ ନୂତନ ଭାବେ ପ୍ରଥମ କରି ବ୍ୟବହାର ହେବାକୁ ଥିବା ଇଭିଏମ ଭିଭି ପାଟ ମେସିନ ଉପରେ ସମସ୍ତ ଭୋଟରଙ୍କୁ ଜିଲ୍ଲାବ୍ୟାପି ୨ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ, ପାରଳାଖେମୁଣ୍ଡି ଏବଂ ମୋହନା ପାଇଁ ୧୪ଗୋଟି ସଚେତନତା  ରଥ ଏବଂ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଉପରେ ସମସ୍ତ ଚାଷୀଙ୍କୁ ସଚେତନ କରାଇବା ପାଇଁ ୫ଟି ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଇଭିଏମ ଭିଭି ପାଟ ଉପରେ ବାହାରିଥିବା ସଚେତନ ଅଭିଯାନ ରଥର ଶୁଭାରମ୍ଭ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ କରିଥିଲେ  । ଏହି ସଚେତନତା ଅଭିଯାନ ଉପରେ ଜିଲ୍ଲାପାଳ ଶ୍ରୀ ସାହା ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ ଗଜପତି ଜିଲ୍ଲାର ୨ଗୋଟି ବିଧାନସଭା ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ଠାରୁ ଆସନ୍ତା ସାଧାରଣ ନିର୍ବାଚନରେ ଇଭିଏମ ସହିତ ଭିଭି ପାଟର ସହିତ ପ୍ରଥମ କରି ନୂତନ ବ୍ୟବହାର ହେବ ସେଥିପାଇଁ ପ୍ରତ୍ୟେକ ଭୋଟରଙ୍କୁ ଏହି ରଥ ସଚେତନ କରାଇବ ମାଇକିଙ୍ଗ ମାଧ୍ୟମରେ  । ଏଥି ସହିତ ପ୍ରତ୍ୟେକ ଗ୍ରାମରେ ଡେମଷ୍ଟେଟର ମାନେ ପହଞ୍ଚି ଭୋଟର ମାନଙ୍କୁ ଇଭିଏମ ପାଟରେ କିଭଳି ଭୋଟ ଦେବେ ତାହା ଡେମୋ ଦେଖାଇ  ସଚେତନ କରାଇବେ । ଏଥିପାଇଁ ଡେମୋଷ୍ଟେଟର  ମାନଙ୍କ ୨ଟି ପର୍ଯ୍ୟାୟରେ ଥିଓରୀ ଓ ପ୍ରାକ୍‍ଟିକାଲ ତାଲିମ କାର୍ଯ୍ୟ ସରିଛି । ଯାହାକି ଡେମୋଷ୍ଟେଟର ମାନେ ଭୋଟର ମାନଙ୍କୁ ଏହି ଇଭିଏମ ଭିଭି ପାଟ ମେସିନ ଉପରେ ଭୋଟ ହେବା ବେଳେ ଯେଭଳି କୌଣସି ଅସୁବିଧା ନହୋଇ ସରଳ ରେ ବୁଝି ପାରିବେ । ତାହା ସମ୍ପୁର୍ଣ୍ଣ ସଚେତନ କରାଇବା ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

ସେହିଭଳି ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଉପରେ ଜିଲ୍ଲାର ସମସ୍ତ ଚାଷୀଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବାହାରିଥିବା ୫ଟି ସଚେତନତା ଅଭିଯାନ ରଥର ଶୁଭାରମ୍ଭ ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ୱାରା ହୋଇଥିଲା । କାଳିଆ ଯୋଜନାରେ କ୍ଷୁଦ୍ର ଓ ଅନ୍ୟାନ୍ୟ ନାମମାତ୍ର ଚାଷୀଙ୍କୁ କୃଷିଭିତ୍ତିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଜିଲ୍ଲାରେ ଏହାର କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ଆସିଥିବା ଚାଷୀଙ୍କ ନାମ ତାଲିକାକୁ ପଞ୍ଚାୟତ ସ୍ତରରେ ପ୍ରକାଶ କରାଯିବା ସହ ଅଭିଯୋଗ ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଯେଉଁ ମାନେ ସରକାରୀ କି ଗୋଟିଏ ପରିବାରରେ ଅଧିକ ଚାଷୀ ଥିବେ ସେମାନେ ଏହି ତାଲିକାରୁ ବାଦ ହେବେ । ପରେ ଚାଷୀଙ୍କୁ ରବିରୁତୁ ପାଇଁ ତାଙ୍କ ଖାତାରେ ୫ହଜାର ଟଙ୍କା ଜମା କରାଯିବ କହିଥିଲେ । ବାଦ ଏବଂ ପ୍ରବେଶ ପାଇଁ ଲାଲ ଓ ସବୁଜ ରଙ୍ଗର ଫର୍ମ ରହିଛି । ସବୁଜ ଫର୍ମ ସଂଗ୍ରହ ହେବା ପରେ ତାହା ପେକସ କି ଲେମ୍ପସକୁ ଦେବା ପରେ ନୋଡାଲ ଅଧିକାରୀମାନେ ତାକୁ କାଳିଆ ଯୋଜନା ପରଟାଲରେ ଏଣ୍ଟ୍ରି କରିବେ ବୋଲି ଜିଲ୍ଲାପାଳ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମିକାନ୍ତ ସେଠୀ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ କୃଷି ଅଧିକାରୀ ବିଜୟ ପ୍ରଧାନ, ଆର.ଏମ.ସି ସମ୍ପାଦକ ଗଣପତି ନିର୍ବାଚନ ଡେପୁଟି କଲେକ୍‍ଟର ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଥିଲେ ।

Leave A Reply

Your email address will not be published.