ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଜାରି, ୬୬ତମ ଦିବସରେ ସିରୋଲ ଗ୍ରାମବାସୀ  ସାମିଲ

0

ଟିଟିଲାଗଡ଼,(ସୁନୀଲ ବେହେରା)  ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଲା ପକାଇ ଆରମ୍ଭ କରିଥିବା ଗଣଧାରଣା ଆଜି ୬୬ ତମ ଦିବସରେ ପହଞ୍ଚିଛି । ଆନେ୍ଦାଳନକୁ ସମର୍ଥନ ଜଣାଇ ଆଜି ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମବାସୀ ଓ ବିଭିନ୍ନ ଅନୁସ୍ଠାର କର୍ମକର୍ତ୍ତା ଓ ସଭ୍ୟ ସାମିଲ ହୋଇଛନ୍ତି । ସିରୋଲ ଗ୍ରାମରଜୟ ମାତା ଦୀ ଯୁବକ ସଂଘର ସଭାପତି ମନୋଜ ପୋଢ ଓ ସମ୍ପାଦକ ଚୁମନ ସାହୁଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସ୍ଥାନୀୟ ଘଣ୍ଟାସୁନୀ ମନ୍ଦିର ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଗଣଧାରଣା ସ୍ଥଳରେ ପହଞ୍ଚିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମସ୍ତଙ୍କ ସ୍ୱାଗତ କରାଯିବା ପରେ ସମସ୍ତେ ଗଣଧାରଣାରେ ବସିଥିଲେ । ଏହି ଅବସରରେ ଜିଲ୍ଲା ଦାବି ସମ୍ପର୍କୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ସହାୟକ ଜିଲ୍ଲାପାଳ ଦେବାଶୀଷ ସାମଲକୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିକେସନ ପୋଢ, ଗୌରହରି ପୋଢ, ଗୋବର ପୋଢ, ଛୋଟେଲାଲ ତାଣ୍ଡି, ଅନୁ ଛୁରା, ତିଳକ ପୋଢ, ସୁବାସ ହାତୀ, ହର୍ଷି ଚନ୍ଦନ, ଗୋପିନାଥ ଚନ୍ଦନ, ଉତ୍ତମ ବଗର୍ତ୍ତି, ହୁତାସନ ବାଗ, ରାଜିନ୍ଦ୍ର ଛୁରା, ଚିତ୍ରସେନ ସାହୁ, ଅମର ନାଗ, କେଶରୀ ପୋଢ, ବିଶି ବଗର୍ତ୍ତି, ରୁପା ପୋଢ, ଦୁର୍ଯେ୍ୟାଧନ ଛୁରା, ଫକିର ପୋଢ, ତପନ କୁମାର ସାହୁ, ସନ୍ତୋଷ ସାହୁ, ଜଳନ୍ଧର ନାଗ, ଧର୍ମୁ ମହାନନ୍ଦ, ରାଜୁ ଛୁରାଙ୍କ ସମେତ ଶତାଧିକ ସଭ୍ୟ ସଭ୍ୟା ଗଣଧାରଣାରେ ସାମିଲ ହୋଇଥିଲେ ।  ଅପରପକ୍ଷେ ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ  ତୀବ୍ରତର ହୋଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି ।  

Leave A Reply

Your email address will not be published.