ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ଙ୍କ ପକ୍ଷରୁ ରବି ଗମାଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ଙ୍କ ପକ୍ଷରୁ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଶ୍ରୀ ରବି ଶଙ୍କର ଗମାଙ୍ଗ ଗତ ୨୦୧୮ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ଆନୁଷ୍ଠାନିକ ତଥା ବିଧିବଦ୍ଧ ଭାବେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା , ବିଜେପି ନେତା ଶ୍ରୀ ଭୃଗୁବକ୍ସି ପାତ୍ର ଏବଂ ବିଜେପି ମହିଳା ନେତ୍ରୀ ଶ୍ରୀମତୀ ଅନୁ ଚୋୖଧୁରୀ ଙ୍କ ଉପସ୍ଥିତିରେ ନିଜ ସମର୍ଥକ ଓ ସହଯୋଗୀ ଙ୍କୁ ନେଇ ବିଜେପି ରେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି , ଶ୍ରୀ ଗମାଙ୍ଗ ପୋଲିସ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ଚାକିରି ରୁ ଇଚ୍ଛାଗତ ଅବସର ନେଇ ବିଜେପି ରେ ଯୋଗ ଦେଇଛଥିବା ଜଣାପଡିଛି । 

ବିଜେପିରେ ଶ୍ରୀ ରବି ଗମାଙ୍ଗ ଯୋଗ ଦେବା ପରେ ଗୁଣପୁର ର ବିଜେପି ଯୁବ ସଂଗଠକ ମାନେ ଖୁସି ଓ ଉଲ୍ଲାସରେ ୧୦୦ରୁ ଉର୍ଦ୍ଧ ବାଇକରେ ଲୋକେ ଆଜି ଏକ ବାଇକ ରାଲି ଯୋଗେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହ ବିଜେପି ଓ ଶ୍ରୀ ଗମାଙ୍ଗଙ୍କ ନାରା ଦେଇ ସ୍ୱାଗତ ଜଣାଇଥିଲେ ।

ରାଲି ଶେଷ ହେବା ପର ସମୟରେ ଶ୍ରୀ ଗମାଙ୍ଗ ଏକ ପ୍ରେସ ବିବୃତିରେ ଗୁଣପୁର  ଜନସାଧାରଣଙ୍କ ବିକାଶରେ ସାଥୀ ହେବା ଏବଂ ଗୁଣପୁର ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ରେ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ପ୍ରକାଶ କରି ସମସ୍ତ ଯୁବ ସଂଗଠକକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠକ ହରି ହର ଶତପଥି ଓ ରୁପେଶ କୁମାର ପରିଚାଳନା କରିଥିଲେ ।

Leave A Reply

Your email address will not be published.