ରଘୁନାଥ ଅଟୋ ଚାଳକ ସଂଘ ତରଫରୁ ସଡକ ସୁରକ୍ଷା ସଚେତନତା ରାଲି

0

ଓଡ଼ଗାଁ( ଶ୍ରୀକାନ୍ତ କୁମାର ମିଶ୍ର ): ସ୍ଥାନୀୟ ରଘୁନାଥ ଅଟୋ ଚାଳକ ସଂଘ ତରଫରୁ ସଭାପତି ଦାସରଥି ସାହୁଙ୍କ ନେତୃତ୍ୱରେ ସଡକ ସୁରକ୍ଷା, ଜୀବନ ରକ୍ଷା ସମ୍ପର୍କିତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ରବିବାର  ସକାଳେ ସଂଘର ୬୮ ଜଣ ଅଟୋ ଚାଳକ ସେମାନଙ୍କ ଅଟୋରେ ବ୍ୟାନର ଓ ପ୍ଲାକାର୍ଡ ଲଗାଇ ରଘୁନାଥ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ଦ୍ରୁତ ଗତିରେ ଗାଡି ନଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, ମଦ୍ୟପାନ କରି ଗାଡିନଚଳାଇବା ଏବଂ ସ୍କୁଲ, ବଜାର, ଡାକ୍ତରଖାନା ଆଦି ସମ୍ମୁଖରେ ଅନାବଶ୍ୟକ ଭାବେ ବାରମ୍ବାର ହର୍ଣ୍ଣ ନମାରିବା ଓ ଦୁଇଚକିଆ ଯାନ ଚଳାଇବା ବେଳେ  ହେଲମେଟ ବ୍ୟବହାର କରିବା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ । ମଧ୍ୟାହ୍ନରେ  ସ୍ଥାନୀୟ ବୁଢାବୁଢିଆଣୀ ପୀଠରେ ଚଳିତ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ  ହୋଇଥିଲା । ସଭାପତି ଭାବେ ଚନ୍ଦନ କୁମାର ନନ୍ଦ, ଗୋବର୍ଦ୍ଧନ ମନ୍ତ୍ରୀ ଉପସଭାପତି, ପିତବାସ ମହାନ୍ତି ସଂପାଦକ, ଅଶୋକ ଜେନା ସହ ସଂପାଦକ, ପ୍ରହଲ୍ଲାଦ ନାୟକ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । 

Leave A Reply

Your email address will not be published.