ଚାଷ କାମରେ ଡ୍ରୋନ :  ଚାଷୀ ବାବୁଙ୍କ ଉଦ୍ୟମକୁ ଜିଲ୍ଲା ପ୍ରଶାସନର ପ୍ରଶଂସା 

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଅଗ୍ରଣୀ ଚାଷୀ ବାବୁ ରାଓ ନିଜ ଘର ଗୁଡାରି ବ୍ଲକର ସନ୍ୟାସୀଗୁଡା ଗ୍ରାମରେ ଧାନ, କପା, ପରିବା ଓ ଫୁଲ ଚାଷ କରିଥାନ୍ତି। ନିଜ ଉଦ୍ୟମରେ ଆଜି ସେ ରାୟଗଡା ଜିଲ୍ଲାରେ ଉନ୍ନତ ପଦ୍ଧତିରେ ଧାନ ଚାଷକରି ସଫଳ ହୋଇଛନ୍ତି। 

ଆଜିକାଲିର ଚାଷପଦ୍ଧତିରେ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ କମ ଖର୍ଚ୍ଚରେ ଚାଷୀ କିପରି ଅଧିକ ଲାଭବାନ ହେବେ କୃଷି ଅଧିକାରୀ ମାନେ ଚାଷୀ ମାନଙ୍କୁ ବିଭିନ୍ନ ମେଳାରେ ବୁଝାଇଥାନ୍ତି। ଆଉ ଚାଷୀମାନେ ମଧ୍ୟ ଅଧିକାରୀ ମାନଙ୍କଠୁ ଅନୁକରୁଣ କରି ଚାଷ କାର୍ଯ୍ୟ କରିଥାନ୍ତି ଏବଂ ଲାଭବାନ ମଧ୍ୟ ହେଇଥାନ୍ତି। 

ଧାନ ହେଉ କିମ୍ବା କପା ଚାଷ ହେଉ ବିଭିନ୍ନ ସମୟରେ ରୋଗପୋକ ଗଛକୁ ଲାଗିଥାଏ। ଆଉ ରୋଗପୋକ ହେଲେ ଚାଷୀମାନେ ଔଷଧ ଆଣି ନିଜ ଜମିରେ ସ୍ପ୍ରେ କରିଥାନ୍ତି। ହେଲେ ବାବୁ ରାଓ ମଧ୍ୟ ବିଭିନ୍ନ ସମୟରେ କୃଷି ଅଧିକାରୀଙ୍କୁ ପଚାରି ନିଜ ଉଦ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଡ୍ରୋନ ସିଞ୍ଚନ ମେସିନ ତିଆରି କରିଛନ୍ତି। 

ଆଉ ଏ ଡ୍ରୋନ ସିଞ୍ଚନ ମେସିନରେ ରିମୋଟ କଣ୍ଟ୍ରୋଲ ଡ୍ରୋନ ମାଧ୍ୟମରେ ଧାନ ଗଛର ପ୍ରାୟ ପାଞ୍ଚଫୁଟ ବ୍ୟବଧାନରେ ଉପରେ ଉଡ଼ି ସିଞ୍ଚନ କରିପାରିବ ବୋଲି ବାବୁ କହିଛନ୍ତି । କମ ସମୟରେ ଦିନକୁ ଶହ ଶହ ଚାଷଜମିରେ ଏ ଡ୍ରୋନ ସିଞ୍ଚନ ମେସିନ ମାଧ୍ୟମରେ ସ୍ପ୍ରେ କରିପାରିବେ ବୋଲି ବାବୁ କହିଛନ୍ତି। 

ଆଜି ଏ ଡ୍ରୋନ ସିଞ୍ଚନ ସ୍ପ୍ରେ ମିସିନ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପସ କୁମାର ଏବଂ ଜିଲ୍ଲା କୃଷି ଅଧିକାରୀଙ୍କୁ ନେଇ ଦେଖାଇଛନ୍ତି ବାବୁ । ତେବେ ଏହି ସ୍ପ୍ରେ ମେସିନ ଆମ ଓଡିଶାରେ ଏବଂ ରାୟଗଡା ଜିଲ୍ଲାରେ ପ୍ରଥମ ହୋଇଥିବାରୁ  ବାବୁ ରାଓଙ୍କ ଏପରି ଉଦ୍ୟମକୁ ଜିଲ୍ଲା ପ୍ରଶାସନ ପ୍ରସଂଶା କରିଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.