ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଓଡ଼ଗାଁ ଅଦାଲତରେ ହତ୍ୟା ମାମଲାର ବିଚାର ପ୍ରକିୟା ସାରି ଓଡ଼ଗାଁ ଅତିରିକ୍ତ ଜିଲ୍ଳା ଓ ଦୈାରାଜଜ ପତ୍ନୀ ହତ୍ୟାହନ୍ତା ସ୍ବାମୀକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି । ତଦନ୍ତ ପ୍ରକ୍ରିୟାରୁ ହତ୍ୟାକାରୀ ସ୍ବାମୀ ଅନୀଲ କୁମାର ଜେନାର ଛଳନା ଜଣାପଡିବା ପରେ ସେ ବିଚାର ବିଭାଗୀୟ ହାଜତରେ ରହିଥିବା ବେଳେ ହତ୍ୟାକାଣ୍ଡ ଘଟାଇବା ୨ ସହଯୋଗୀ ଅଭିଯୁକ୍ତ ଜାମିନିରେ ରହିଥିବା ବେଳେ ସେମାନଙ୍କର ବିଚାର ପ୍ରକିୟା ଚାଲୁ ରହିଛି । ସେମାନେ ହେଲେ ଜଗଦିଶ ଦୋରା, ବାନା ବେହେରା । ତତ୍କାଳିନ ଶରଣକୁଳ ଥାନା ଅଧିକାରୀ ମନୋଜ କୁମାର ଶତପଥୀଙ୍କ ତଦନ୍ତ ଅନୁସାରେ କେଶରପୁର ଗାଁର ସ୍ବାମୀ ଅନୀଲ କୁମାର ଜେନା ବିବାହ କରିଥିଲେ ମଧ୍ୟ ଅନ୍ୟ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ଥିବା ସ୍ତ୍ରୀ ଶୁଭଦା ସ୍ବାଇଁ ଜାଣି ଏହାକୁ ବିରୋଧ କରିଥିଲେ । ଉକ୍ତ ଘଟଣାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଲଗାତାର ଅଶାନ୍ତି ସୃଷ୍ଟି ହୋଇଥିଲା । ଫଳରେ ସ୍ତ୍ରୀ ଶୁଭଦାକୁ ଜୀବନରୁ ସବୁଦିନ ପାଇଁ ହଟାଇ ଦେବା ନିମନ୍ତେ ସ୍ବାମୀ ଷଡ଼ଯନ୍ତ୍ର ରଚିଥିଲା । ଶେଷରେ ୨ ସହଯୋଗୀଙ୍କ ସହାୟତାରେ ଶୁଭଦାଙ୍କୁ ହତ୍ୟା କରି ଜାମୁଝୋଲା କଣ୍ଟାବଣିଆ ରାସ୍ତାରେ ଫୋପାଡ଼ି ଦେଲା । ଏବଂ ନିଜେ ଶରଣକୁଳ ଥାନାକୁ ଯାଇ ସ୍ବାମୀ ସ୍ତ୍ରୀ ଆସୁଥିବା ବେଳେ ଡକାୟତମାନେ ମଟର ସାଇକେଲ ଅଟକାଇ ତାଙ୍କୁ ମାରଧର କରି ଗଛରେ ବାନ୍ଧି ଦେଲେ । ଏବଂ ସ୍ତ୍ରୀ ଶୁଭଦାର ସୁନା ଗହଣା ଲୁଟି ତାକୁ ହତ୍ୟା କରିଥିବା ନେଇ ଶରଣକୁଳ ଥାନାରେ କହିଥିଲେ । ଘଟଣା ଘଟିବା ପରେ ଶୁଭଦାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତତ୍କାଳିନ ଥାନା ଅଧିକାରୀ ମାମଲାର ତଦନ୍ତ କରିଥିଲେ । ଏବଂ ସ୍ବାମୀ ଅନୀଲ ଜେନାର ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ସ୍ବାମୀ ଅନୀଲ ଜେନା ୨ ସହଯୋଗୀଙ୍କ ସହାୟତାରେ ଶୁଭଦାକୁ ହତ୍ୟା କରିଥିବା ଜଣାପଡିଥିଲା । ପରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋଟ ଫରୁଆଡ କରିଥିଲେ । ଓଡ଼ଗାଁ ଅଦାଲତରେ ଏସଟି ୧୭୪/୨୮-୨୦୧୬-୨୩ ମତେ ବିଚାର ପ୍ରକିୟା ଚାଲୁ ରହିଥିଲା । ୧୪ ଜଣ ସରକାରୀ ସାଥିମାନଙ୍କ ବୟାନକୁ ଭିତ୍ତି କରି ଅଦାଲତ ତାଙ୍କ ରାୟ ଶୁଣାଇଥିଲେ । ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର ଉକ୍ତ ମାମଲାର ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.