ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘର ଶୃଙ୍ଖଳା ଦୃଷ୍ଟିରୁ ବର୍ଷକୁ ଥରେ ପ୍ରତ୍ୟେକ କାର୍ଯ୍ୟ ଭାର ପଦ ପଦବୀ ସଂଘର ଆବାହକ ଶକ୍ତି ଦାଶ ଙ୍କ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟ ମାନଙ୍କ ସମ୍ମତି କ୍ରମେ ଚୟନ କରାଯାଇଥିଲା I ଚଳିତ ବର୍ଷ ସଂଘର ନୂତନ ସଭାପତି ଭାବେ ପ୍ରଶାନ୍ତ କୁମାର କର , ଉପ ସଭାପତି ଭାବେ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ସମ୍ପାଦକ ଭାବେ ହରି ହର ଶତପଥୀ, ସହ ସମ୍ପାଦକ ଭାବେ ବୀର କିଶୋର ନନ୍ଦ, କୋଷାଧ୍ଯକ୍ଷ ଭାବେ ରଞ୍ଜିତ କୁମାର ପାଢ଼ୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଵପ୍ନା ତାଡିଙ୍ଗି, ମୋନଜ କୁମାର ନାଲା, ତ୍ରିପତୀ ବିଡିକା, ପେଦିନା ସନ୍ତୋଷ, ଗାୟତ୍ରୀ ପଣ୍ଡା ଙ୍କୁ ଉପସ୍ଥିତ ସଙ୍ଘର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ପୂର୍ବ ପ୍ରକାରେ ଇନ୍ଦ୍ରାଖୀ ପ୍ରସାଦ ଦାଶ ଓ ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କୁ ରଖାଯାଇଅଛି l ଏହି ବୈଠକରେ ସଂଘର ଆଇନ ପରାମର୍ଶଦାତା ଶ୍ରୀ ଗୌରୀ ଶଙ୍କର ଦାଶ ଙ୍କ ସମେତ ଗୁଣପୁର ଉପଖଣ୍ଡ ର ସମସ୍ତ ବ୍ଲକର ସଦସ୍ୟ ଉପସ୍ଥିତ ଥିଲେ l ଏହି ବୈଠକରେ ସଂଘର ଆଗାମୀ କାର୍ଯକ୍ରମ କଣ ରହିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l

 

Leave A Reply

Your email address will not be published.