ଡୁଙ୍ଗୁରିପାଲିରେ ୧୬ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ।

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କବି ଓ କଳାକାର ସଂଘ ପକ୍ଷରୁ ସ୍ଥାନୀୟ ବସ୍ତି କଲ୍ୟାଣ ମଣ୍ଡପଠାରେ ୫ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି! ଉଦଯାପନୀ ମହୋତ୍ସବର ରେ ମୁଖ୍ୟ ଅତିଥ୍‌ ଭାବରେ ଡୁଙ୍ଗୁରିପାଲି ବ୍ଲକ ଉପାଧକ୍ଷ ମକରଧ୍ବଜ ସାହୁ ( ବେଲାର ସାହୁ ) ସମ୍ମାନିତ ଅତିଥ୍‌ଭାବେ ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଦିଲୀପ କୁମାର ବାଡ଼ା ଯୋଗଦେଇଥିଲେ। କଳାକାର ସଂଘର ସଭାପତି ବିପ୍ରଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଡା. ସଂଜୟ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ଅବସର ପ୍ରାତ୍ପ ଅଧ୍ୟାପକ କିଶୋର ମେହେର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁରଈ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ କଣ୍ଠଶିଳ୍ପୀ ସଦାନନ୍ଦ ସାହୁ ଯୋଗ ଦେଇଥିଲେ। ସଂପାଦକ ଘନଶ୍ୟାମ ମେହେର ସ୍ବାଗତ ଭାଷଣ କରିଥିଲେ। ଉଦଘାଟନୀ ଉତ୍ସବରେ ଡୁଙ୍ଗୁରିପାଲି ବାଳକ ହାଇସ୍କୁଲର ଛାତ୍ରମାନଙ୍କୁ ନେଇ ନାଟକ ‘ନୂଆ ପୁରଥି ମଞ୍ଚସ୍ଥ ହୋଇଥିଲା। ଏହାକୁ ପ୍ରମୋଦ ବାଗର୍ତ୍ତି ରଚନା କରିଥିବା ବେଳେ କୁନୁ ସା ନିର୍ଦ୍ଦେଶନା ଦେଇଥିଲେ। ଉଦଯାପନୀ ସନ୍ଧ୍ୟାରେ ନାଟକ ପରିବେଷଣ କରିଥିଲେ ବଡ଼କର୍ଲେ ବୀଣାପାଣି ଅନୁଷ୍ଠାନର କଳାକାର ମାନେ ବହୁ ଚର୍ଚିତ ନାଟକ ” ବଳଦ “.ପରେ ପରେ ଡୁଙ୍ଗୁରିପାଲି ର କବି ଓ କଳାକାର ସଂଘ ପକ୍ଷରୁ ନାଟକ ଭାଇଜିଉଁତିଆରେ ଆଧାରିତ ନାଟକ ‘ବୁହେନ୍’ ମଞ୍ଚସ୍ଥ ହୋଇଥିଲା ।ଏହି ନାଟକଟିକୁ ଅମୃତଲାଲ ସାହୁ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଶିଶୁପାଲ କଲେତା। ନାଟକ ରେ ବିଭିନ୍ନ ଭୂମିକାରେ ହରିବୋଲ, ପ୍ରମୋଦ,ଚୈତନ୍ୟ, ଲୋକନାଥ, ସମୀକ୍ଷା, ମୃତ୍ୟୁଞ୍ଜୟ, ଲିପୁନ୍, ବେଦବ୍ୟାସ ଓ ଗୋକୁଳ ଅଭିନୟ କରିଥିଲେ।

Leave A Reply

Your email address will not be published.