ହରିଶଙ୍କରଠାରେ ବନାଗ୍ନି ସଚେତନତା ଶିବିର

0 2

ସଙ୍ଗଠିତ ହୋଇ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ଵାନ

ଖପ୍ରାଖୋଲ ୧୭/୧(ହେମସାଗର ସାହୁ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ସଭା ଗୃହ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ବନାଗ୍ନି ସଚେତନତା ଶିବିର ହରିଶଙ୍କର ବନାଞ୍ଚଲ ଅଧିକାରୀ ତଥା ଏ ସି ଏଫ୍ ଅରବିନ୍ଦ ନାଏକ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ରୂପେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ବାନାଗ୍ନି ର କାରଣ ଓ ନିରାକରଣ ଉପରେ ଆଲୋଚନା ହୋଇଥିଲା। ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବାକୁ ସଙ୍ଗଠିତ ଉଦ୍ୟମ୍ କରିବାକୁ ଅତିଥି ମାନେ ଆଲୋକପାତ କରିଥିଲେ। ଯୁବକ, ମହିଳା, ବାନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ଭାନପୁର ସରପଞ୍ଚ ରିନା ଜାଲ, ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ, ଖପ୍ରାଖୋଲ ବନ ପାଳ ସୁଧୀର କୁମାର ଜେନା,ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ, ରେଙ୍ଗାଲି ବନପାଳ ବିପିନ ବିହାରୀ ସାହୁ, ନୃପ ନାଗ, ସମେତ ବନସୁରକ୍ଷା ସମିତି ସଭ୍ୟ, ଅଗ୍ନିଶମ ବିଭାଗ କର୍ମଚାରୀ,ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଆମାଜଙ୍ଗଲ ଯୋଜନା ର ବିଷ୍ଣୁ ଛୁରା ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଡ଼ ଅଭୟ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତହସିଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.