ନବରଙ୍ଗପୁର ମହାବିଦ୍ୟାଳୟରେ ନିଯୁକ୍ତି ପରାମର୍ଶ ତାଲିମ୍

0 2

 

ନବରଙ୍ଗପୁର:୧୭/୦୧ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ମହାବିଦ୍ୟାଳୟରେ ଭୁବନେଶ୍ୱର ସ୍ଥିତ ପିନାକ୍ଲି ହ୍ୟୁମାନ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ନିଯୁକ୍ତି ପରାମର୍ଶ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରାସାଦ ହୋତା ସ୍ନାତକ ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ କର୍ମ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରିଥିଲେ । ପିନାକ୍ଲି ହ୍ୟୁମାନ ରିସୋର୍ସ ପ୍ରାଇଭେଟ ଲିମିଟେଡ଼ର ପରିଚାଳକ ସି. ଶେଖର ନାୟକ ପିଲାମାନଙ୍କୁ ତାଙ୍କ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର କର୍ମ ନିଯୁକ୍ତି ସଂପର୍କରେ ତାଲିମ ଦେଇଥିଲେ ଏବଂ ନିଯୁକ୍ତି ସ୍ଥାନ ଚୟନ ପାଇଁ ସ୍ନାତକ ଡିଗ୍ରୀର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରାଥମିକ ଲିଖିତ ପରୀକ୍ଷା କରାଇଥିଲେ। ଏହି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପରବର୍ତ୍ତୀ କାଳରେ ଯୋଗାଯୋଗ କରି ସିଧା ସଳଖ ତାଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦିଆଯିବ । ଏହି କାର୍ଯ୍ୟକ୍ରମକୁ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର କୁମାର ରଥ ପରିଚାଳନା କରିଥବା ବେଳେ ଅଧ୍ୟାପକ ଡ.ଜାହାଙ୍ଗୀର ମହମ୍ମଦ, ଶ୍ରୀ ମନୋରଞ୍ଜନ ଖୁରା,ଶ୍ରୀ ଘାସିରାମ ବେହେରା,ଶ୍ରୀ ଅଶ୍ଵିନି କୁମାର ବେହେରା,ଶ୍ରୀ ହରିଶ୍ ଚନ୍ଦ୍ର ଶବର,ଶ୍ରୀ ପ୍ରିୟବ୍ରତ ସାହୁ, ଅଧ୍ୟାପିକା ରଜନୀ ମିଞ୍ଜ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.