ତରଭା ବ୍ଲକ ସ୍ତରୀୟ ପରାମର୍ଶ ଶିବିର : ୧୯୭ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ତରଭା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ଯକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ତରଭା ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇଥିବା ବେଳେ ମାନ୍ୟବର ସାଂସଦ( ଲୋକସଭା) ବଲାଙ୍ଗୀରଙ୍କ ବ୍ଲକ ପ୍ରତିନିଧି ନରେଶ ଷlଣ୍ଢ ଯୋଗଦାନ କରି ଯୁବକ ଯୁବତୀଙ୍କୁ ଏହାର ଉଚିତ ସୁଯୋଗ ନେବା ସହ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆଵି ୱେଷ୍ଟ ସର୍ଭିସେସ ଲିମିଟେଡ଼ . ବ୍ଲାକ ପାନ୍ଥର , ଏନ ସି ଏ ଟି ସ୍କିଲ ଇଣ୍ଡିଆ , ଏସ ଆଇ ଏଚ ଏମ ବଲାଙ୍ଗୀର , ଏସ ବି ଆର ଏସ ଇ ଟି ଆଇ , ସରକାରୀ ଆଇ ଟି ଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର, ସାହି ଏକ୍ସପୋର୍ଟ ପ୍ରା. ଲିମିଟେଡ଼, ଗୋକଲ ଦାସ ଏକ୍ସପୋର୍ଟ ଲିମିଟେଡ଼ ପ୍ରଭୁତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକ ଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।ଏହି ଶିବିରରେ ତରଭା ବ୍ଲକ ଅଂଚଳର ୧୯୭ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇଥିଲେ ।

Leave A Reply

Your email address will not be published.