ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ପାଠପଢା ଠୁ ଆରମ୍ଭ କରି ନବୋଦୟ,ବୃତ୍ତି, ପଠାଣି ସାମନ୍ତ,ଏକଲବ୍ୟ, ଇନଷ୍ପାୟାର, ଏନ.ଏମ.ଏମ.ଏସ ପରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପରିଚିତ ହୋଇଛି l ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ସହଶିକ୍ଷା ଅଧିକାରୀ ଗଞ୍ଜଳୁ ମିର୍ଧା ଯୋଗଦେଇ ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଚାରିଜଣ ଛାତ୍ରଛାତ୍ରୀ ରାଜ ମାଝୀ, ଏକାମ୍ର ନାଏକ,ରୋଶନୀ ସାହୁ,ପ୍ରିୟାଂଶୀ ପଧାନ ଙ୍କୁ ସମ୍ବର୍ଦ୍ଧିତ କରି ଶୃଙ୍ଖଳା ର ସହିତ ଅଧ୍ୟୟନ କରି ଜଣେ ଜଣେ ଭଲ ମଣିଷ ଭାବରେ ସମାଜ ରେ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ l ସମଗ୍ର ଡୁଙ୍ଗୁରିପାଲି ବ୍ଲକ ର ଦଶ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ତର ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସର୍ବାଧିକ ଚାରି ଜଣ ଛାତ୍ରଛାତ୍ରୀ ବଡକର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଟନ୍ତି l ସମ୍ମାନିତ ଅତିଥିଭାବେ ମାୟାବର୍ହା ସି. ଆର.ସି.ସି ସୌରଭ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମନଯୋଗ ସହକାରେ ପାଠ ପଢି ଆଗାମୀ ଦିନରେ ଆହୁରି ଅନେକ ସଫଳତା ଆଣିବାକୁ ପ୍ରେରଣା ଦେଇଥିଲେ l ବିଜ୍ଞାନ ଶିକ୍ଷକ ଲୋକନାରାୟଣ ମହାନନ୍ଦ ସଭାକୁ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଗଣିତ ଶିକ୍ଷକ କୃପାସିନ୍ଧୁ ନାଏକ, ଇଂରାଜୀ ଶିକ୍ଷକ ଲୋକନାଥ ପଧାନ,ଶିକ୍ଷୟିତ୍ରୀ ସବିତା ବିଶି , ଶ୍ରଦ୍ଧାଞ୍ଜଳି ବିଶି, ମନ୍ଦାକିନୀ ସାହୁ, ଶାରୀରିକ ଶିକ୍ଷକ ସାରଥୀ ଥପା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.