ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ବାଇଧର ପାଢ଼ୀ ଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ଅଧ୍ୟକ୍ଷା ସ୍ନିଗଧା ମହାନ୍ତି ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ବୈଲୋଚନ ଜେନା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ଅତିଥି ମାନଙ୍କ ପରିଚୟ ଗୋପାଳ ମହାକୁଡ କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ଅଧ୍ୟାପିକା ଆରତୀ ଦାସ କରିଥିଲେ। ସେହିପରି ପ୍ରତିଷ୍ଠାତା ସ୍ଵର୍ଗତ ବାଇଧର ପାଢ଼ୀ ଙ୍କ ବିଷୟରେ ଉକ୍ତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠା ବିଷୟ ରେ ସ୍ମୃତି ଚାରଣ ରଘୁନାଥ ରାଉଳ କରିଥିଲେ। ଅଧ୍ୟାପିକା ସଂଧ୍ୟା ରାଣୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ଅତିଥି ମାନେ ବାର୍ଷିକ ମୁଖ ପାତ୍ର ସତ୍ୟଭାମା ର ଶୁଭ ଉନ୍ମୋଚନ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.